ସହଭାଗୀ ଶିକ୍ଷା ଓ କାର୍ଯ୍ୟରେ ତାଲିମ ଦାତାଙ୍କ ତିନିଦିନିଆ ପ୍ରଶିକ୍ଷଣ ଶିବିର

କର୍ଲ।ମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ରଙ୍ଗାପଦର ସ୍ଥିତ ସେବାଜଗତର ପ୍ରଶିକ୍ଷଣ କେନ୍ଦ୍ରଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ତିନିଦିନିଆ ତାଲିମ ଦାତାଙ୍କ ପ୍ରଶିକ୍ଷଣ(ଟିଓଟି) ଶିବିରକୁ ଆଇଜିଏସ୍‌ଏସ୍‌ଏସ୍‌ର ଓଡିଶା ରାଜ୍ୟ ସଂଯୋଜକ ବସନ୍ତ କୁମାର ପାଣିଗ୍ରାହୀ ଉଦ୍‌ଘାଟନ କରିଥିବା ବେଳେ ସାଧନ କର୍ମୀ ଭାବେ କେନ୍ଦୁଝର ଜିଲ୍ଲାର ଶିବ ପଧାନ ଓ କୃଷ୍ଣ ବାରିକ ଯୋଗଦେଇ ସହଭାଗିତାରେ ଶିକ୍ଷା କାର୍ଯ୍ୟ ପଦ୍ଧତିରେ ଗାଁ ସ୍ତରରେ କିଭଳି ପୁଷ୍ଟି, ସ୍ୱାସ୍ଥ୍ୟ, କୃଷି, ପ୍ରାକୃତିକ ସମ୍ବଳ ଓ ସ୍ୱଚ୍ଛତା ଭଳି ସମସ୍ୟାକୁ ଗୋଷ୍ଠୀ ଜରିଆରେ ସମାଧାନ କରିପାରିବେ ସେ ଉପରେ ତାଲିମ ପ୍ରଦାନ କରିଥିଲେ । ଏଥିରେ କଳାହାଣ୍ଡି ଜିଲ୍ଲାର ନର୍ଲା, ମ.ରାମପୁର, କର୍ଲ।ମୁଣ୍ଡା ବ୍ଲକ ତଥା କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ଚାଲିଥିବା ସୁପୋଷଣ କାର୍ଯ୍ୟକ୍ରମରେ କାର୍ଯ୍ୟରତ ୨୮ ଜଣ ତାଲିମାର୍ଥୀ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କାର୍ଯ୍ୟକ୍ରମ ଅଧିକାରୀ ଗରୁଡ଼ ଭୋଇ, ଗୋଷ୍ଠୀ ସଂଗଠକ କଲ୍ୟାଣି ଦାସ, କିଶୋର ଦାଶ, ଜିତେନ୍ଦ୍ର ଭୋଇ, ଜଗଦୀଶ ରଣା, ପ୍ରଦୀପ କୁମାର ସାହୁ, ସ୍ୱେଚ୍ଛାସେବୀ ଭୁପିନ୍ଦର ଚୌଧୁରୀ, ବାସନ୍ତୀ ସାହୁ, ତିଳେଶ୍ୱର ଗୌଡ଼, ପୁଷ୍ପା ବାରିକ, ରତ୍ନାକର ମୁଦୁଲି, ଲିଙ୍ଗରାଜ ପାତ୍ର, ବାକସେବା ବାଗ, ବିନୋଦିନି ନାୟକ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.