ରାଏମନ୍ ଫାଉଣ୍ଡେସନ ତରଫରୁ ପକ୍ଷାଘାତ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଆଗଲପୁର, (ଦେବାଶିଷ ମିଶ୍ର) : କରୋନା ମାହାମାରୀର ଦୁର୍ଦ୍ଦିନ ସମୟରେ ଅନେକ ନିରୀହ ଗରିବ ପରିବାର ନିଜ ରୋଜଗାର ମଧ୍ୟ ହରାଇଛନ୍ତି । ଲୋକଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଠିକ୍ ନାହିଁ । ଏହି ସମୟରେ ଜଣେ ଅସହାୟଙ୍କୁ ଦେଖିବାକୁ ମିଳିଛି ଲୋଇସିଂହା ଆଗଲପୁର ବ୍ଲକ ଡୁଙ୍ଗୁରିପାଲି ଗାଁରେ ୩୦ ବର୍ଷୀୟ ମହିଳା ସସ୍ମିତା ମହାନନ୍ଦ । ତାଙ୍କ ‌ସ୍ୱାମୀ କବିରାଜ ମହାନନ୍ଦ । ମହିଳା ଜଣକ ପକ୍ଷାଘାତ ରୋଗରେ ଆକ୍ରାନ୍ତ ।
ଗରିବ ପରିବାର ତିନି ମାସ ହେଲା ଧାର କରଜ କରି ବୁର୍ଲା ନେଇ ଚିକିତ୍ସା କରୁଥିଲେ । କିନ୍ତୁ ‌ସ୍ୱାସ୍ଥ୍ୟ ଅବସ୍ଥା ଭଲ ହେଲା ନାହିଁ, ପଇସା ପତ୍ର ମଧ୍ୟ ସରିଗଲା । ଡାକ୍ତର କହିଲେ, ବଡ ହସ୍ପିଟାଲ ଯାଇ ଉଚ୍ଚ ଚିକିତ୍ସା କରିବା ପାଇଁ । ତାଙ୍କ ପାଖରେ ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ଅଭାବ । ଏଭଳି ସମୟରେ ଅସହାୟଙ୍କୁ ସବୁ ସମୟରେ ହାତ ବଢାଉଥିବା ରାଏମନ୍ ଫାଉଣ୍ଡେସନ ସଭାପତି ତଥା ପଶ୍ଚିମ ଓଡିଶାର ଟାଣୁଆ ନାରୀ ନେତ୍ରୀ ରଞ୍ଜୁ ରାଏମନଙ୍କୁ ଯୋଗାଯୋଗ କରିଥିଲେ ଓ ତାଙ୍କ ସମସ୍ୟା ବିଷୟରେ ଜଣାଇଥିଲେ । ଏହି ସମସ୍ୟା ଜାଣିବା ପରେ ନାରୀ ନେତ୍ରୀ ରଞ୍ଜୁ ରାଏମନ୍ ତୁରନ୍ତ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଲେ ଏବଂ ଉଚ୍ଚ ଚିକିତ୍ସା ପାଇଁ ସମସ୍ତ ସହଯୋଗ ଯୋଗେଇବା ପାଇଁ ପ୍ରତିଶ୍ର୍ରୁତି ଦେଇଛ‌ନ୍ତି ।

Leave A Reply

Your email address will not be published.