ଛତ୍ରପୁର ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ : ସାମ୍ପ୍ରତିକ ପ୍ରଚଳିତ ଭୋଟରେ ସଭାପତି ଭାବେ ପ୍ରଶାନ୍ତ ମହାରଣା ନିର୍ବାଚିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପିଲିବନ୍ଧ ପାର୍କ ନିକଟସ୍ଥ ଏକ ଅସ୍ଥାୟୀ ଘରେ ଛତ୍ରପୁର ପ୍ରେସ କ୍ଲବ ଇତିମଧ୍ୟରେ କାର୍ଯ୍ୟ କରୁଅଛି । ଛତ୍ରପୁର ପ୍ରେସ କ୍ଲବ କାର୍ଯ୍ୟାଳୟରେ ରବିବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା ସଭାପତିତ୍ୱ କରିଥିଲା ବେଳେ ପ୍ରଥମ ପର୍ଯ୍ୟାୟରେ ଆନୁଷ୍ଠାନିକ ଆଲୋଚନା ହୋଇଥିଲା । ଆଗାମୀ ଦିନରେ ପ୍ରେସ କ୍ଲବ ନୂତନ ସରକାରୀ କୋଠା ନିର୍ମାଣ ଏବଂ ଅନ୍ୟାନ୍ୟ ବିଷୟ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହା ସହ ଏକ ନୂତନ କମିଟି ଚୟନ ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ ହୋଇଥିଲା । ସମ୍ବିଧାନିକ ଭାବେ ଭୋଟ ପ୍ରଚଳନ ସ୍ୱରୂପ କେବଳ ସଭାପତି ପଦବୀ ନିମନ୍ତେ ସ୍ୱତନ୍ତ୍ର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା ନିର୍ବାଚିତ ହୋଇଛନ୍ତି । ତେବେ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, ଉପସଭାପତି ସୁଧିର କୁମାର ନାହାକ ଓ ଦିଲ୍ଲିପ କୁମାର ସାମଲ, ସହସମ୍ପାଦକ ଇଜୁ ଅମିନ ଖାନ୍ ଓ କେ. ସତ୍ୟନାରାୟଣ ରେଡ୍ଡୀ ଏବଂ ଉପଦେଷ୍ଟା ଭାବେ ରବିନ୍ଦ୍ର କୁମାର ପଣ୍ଡା, ରବିନ୍ଦ୍ର ନାଥ ପଣ୍ଡା, ବସନ୍ତ କୁମାର ମହାରଣା ଓ ଶ୍ରୀକାନ୍ତ ମହାନ୍ତିଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ଆଗାମୀ ଦିନରେ ସମସ୍ତଙ୍କୁ ନେଇ ସାମ୍ବାଦିକଙ୍କ ସୁବିଧା ଅସୁବିଧା ଆଦି ବିଭିନ୍ନ ସମସ୍ୟା ସମାଧାନ ସହ ସମସ୍ତେ ମିଳିମିଶି କାମ କରିବା ପାଇଁ ନୂତନ ସଭାପତି ପ୍ରଶାନ୍ତ ମହାରଣା ଦୃଢୋକ୍ତି ପ୍ରକାଶ କରିଥିଲେ । ଶେଷରେ ବୟୋଜ୍ୟେଷ୍ଠ ରବିନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଦେଇ ସଭା ସାଂଗ କରିଥିଲେ । ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ, ସନ୍ତୋଷ ମିଶ୍ର, ସୁଜୟ ସୁପ୍ରକାଶ ଧଳ, ସନ୍ତୋଷ କୁମାର ସାହୁ, ଅଜିତ କୁମାର ସ୍ୱାଇଁ, ରବିନ୍ଦ୍ର ନାହାକ, ବିସ୍ମୟ ପ୍ରଧାନ, ଦେବବ୍ରତ ପଣ୍ଡା, ଭଗବାନ ରାଉଳ, ଗୌରପ୍ରସାଦ ମହାପାତ୍ର, ପ୍ରଦୀପ କୁମାର ସାହୁ, ଅଶୋକ କୁମାର ବେହେରା, କିଶୋର ମହାନ୍ତି, କେ.ରମେଶ ପ୍ରମୁଖ ଛତ୍ରପୁର ପ୍ରେସକ୍ଲବର ବହୁ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.