oom

ତ୍ରିଶକ୍ତି କୋଚିଂ ସେଣ୍ଟରରେ ଗୁରୁଦିବସ ପାଳିତ

jsmm

ଭୋଗରାଇ, (ଶିବନାରାୟଣ ପାତ୍ର) : ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖରିଦପିପଳଠାରେ ତ୍ରିଶକ୍ତି କୋଚିଂ ସେଣ୍ଟର ତରଫରୁ ଗୁରୁଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସେଣ୍ଟରର ମୁଖ୍ୟ ଭାସ୍କର ଚନ୍ଦ୍ର ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମୁରଲୀ ମୋହନ ପଟ୍ଟନାୟକ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶକ୍ତିଧର ଦାସ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଆଶୁତୋଷ ବେହେରା, ଅମୂଲ୍ୟ ପାଳ, ହରେକୃଷ୍ଣ ବାରିକ, ଉଦୟନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇ ଜାତୀୟ ଗୁରୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗୁରୁ ପରମ୍ପରାର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଛାତ୍ରୀ ଶ୍ରୀୟା ସାହୁ, ତନୁଶ୍ରୀ ସାହୁ, ଭାଗ୍ୟଶ୍ରୀ ସାହୁ ଗୁରୁବନ୍ଦନା କରିଥିବା ବେଳେ ଦଶମ ଶ୍ରେଣୀ ଛାତ୍ରୀ ସୁସ୍ମିତା ଜେନା ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ଛାତ୍ର ଅଭିଜିତ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.