ଓଏସ୍‌ଏସ୍‌ସି ମହାଦୁର୍ନୀତି : ଛାତ୍ର କଂଗ୍ରେସ ତରଫରୁ ଦସ୍ତଖତ ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସ୍ଟାଫ୍‌ ସିଲେକ୍ସନ୍‌ କମିଶନ୍‌ରେ ଚାକିରି ପାଇଁ ଦୁର୍ନୀତି ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ବିଧାନ ସଭାରେ ତୁମ୍ଭୀ ତୋଫାନ ହେବା ପରେ, ଛାତ୍ର କଂଗ୍ରେସ ତରଫରୁ ରାଜ୍ୟ ବ୍ୟାପି ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ସେହି ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ସ୍ଥାନୀୟ ରାଜେନ୍ଦ୍ର ୟୁନିଭର୍ସିଟି ସାମନାରେ ଜନ ମତ ସଂଗ୍ରହ କରାଯିବା ସହ ଦସ୍ତଖତ ଅଭିଯାନ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ତଥା ରାଜ୍ୟ ସଂପାଦକ ଅଜିତ ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ର କଂଗ୍ରେସର ବିିଭିନ୍ନ କର୍ମକର୍ତ୍ତାମାନେ ଉକ୍ତ ଘଟଣା ଉପରେ ଜନସାଧାରଣ ଓ ଛାତ୍ରଛାତ୍ରୀ ମତ ଓ ଦସ୍ତଖତ ସଂଗ୍ରହ କରିଛନ୍ତି । ଆସନ୍ତା ୭ ତାରିଖ ସୁଦ୍ଧା ସରକାର ଉକ୍ତ ଘଟଣାରେ ସଂପୃକ୍ତ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଛାତ୍ର କଂଗ୍ରେସ ବିଧାନ ସଭା ଘେରାଉ କରିବାକୁ ବାଧ୍ୟ ହେବ ବୋଲି ଛାତ୍ର କଂଗ୍ରେସ କହିଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁଜିତ କୁମ୍ଭାର, ଟୁଲୁ ସେନ, ଅମିୟ ବଗର୍ତ୍ତି, ଓମ୍‌ ରାଉତ, ଶୁଭେନ୍ଦୁ ସାହୁ, ସରୋଜ ସାହୁ, କିଶନ ମୁଗ୍ରୀ, ବନମାଲି ସାହୁ, ସନତ ପ୍ରଧାନ, ରାହୁଲ ନାଏକ, ଅଜୟ ନାଗ ଓ କ୍ରିଷ୍ଣା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.