ପ୍ରବଳ ବର୍ଷା ଯୋଗୁଁ ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଘରୁ ବାହାରକୁ ନ ଆସିବାକୁ ନିବେଦନ

ନ୍ୟୁୟର୍କ : ଆମେରିକା ପ୍ରବଳ ବର୍ଷାର ସମ୍ମୁଖୀନ ହୋଇଛି । ମୂଷଳ ଧାରାରେରେ ବର୍ଷା ଯୋଗୁଁ ସବୁଆଡେ ଜଳମୟ ହୋଇଯାଇଥିବା ଖବର ମିଳିଛି । ରାସ୍ତାରୁ ମେଟ୍ରୋ ପର୍ଯ୍ୟନ୍ତ ଜଳମଗ୍ନ ହୋଇଛି । ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, ନ୍ୟୁୟର୍କର ମେୟର ସହରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ମେୟର ବିଲ୍ ଡି ବ୍ଲାସିଓ ଗତକାଲି ଟ୍ୱିଟ୍ କରିଛନ୍ତି – ଆଜି ରାତିରେ ଆମେ ଏକ ଐତିହାସିକ ପାଣିପାଗର ସମ୍ମୁଖୀନ ହେଉଛୁ । ରେକର୍ଡ ବର୍ଷା, ସହରରେ ପ୍ରବଳ ବନ୍ୟା ପରିସ୍ଥିତି ଏବଂ ରାସ୍ତାରେ ବିପଦପୂର୍ଣ୍ଣ ପରିସ୍ଥିତି ରହିଛି । ସେ ଆହୁରି ଲେଖିଛନ୍ତି – ମୁଁ ଆଜି ରାତିରେ ନ୍ୟୁୟର୍କ ସିଟିରେ ଜରୁରୀକାଳୀନ ଘୋଷଣା କରୁଛି । ଆମେ ଆମର ପାୱାର୍ ଗ୍ରୀଡକୁ ଉପରେ ମଧ୍ୟ ନଜର ରଖିଛୁ । । ଆମେ ଆଶା କରୁଛୁ ଆଗାମୀ କିଛି ଘଣ୍ଟା ମଧ୍ୟରେ ବର୍ଷା ବନ୍ଦ ହୋଇଯିବ, କିନ୍ତୁ ସେ ପର୍ଯ୍ୟନ୍ତ ଘରେ ରୁହନ୍ତୁ । ପାଣି ଭର୍ତ୍ତି ରାସ୍ତାରେ ଗାଡି ଚଲାନ୍ତୁ ନାହିଁ ।

Leave A Reply

Your email address will not be published.