p purohi

ଜିଲ୍ଲାରେ ମରୁଡି ପରିସ୍ଥିତିରୁ ନଜର ହଟେଇବା ପାଇଁ ବିଜେଡି ସାର ଆନ୍ଦୋଳନ କରୁଛି : ଆପ୍

dr. purohit

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କୃଷି ପାଇଁ ବ୍ୟବହୃତ ରାସାୟନିକ ସାରର ଅଭାବୀ ପରିସ୍ଥିତିକୁ ନେଇ ଶାସକ ବିଜୁ ଜନତା ଦଳ ଏବେ କେନ୍ଦ୍ରକୁ ଦାୟୀ କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଥିବା ବେଳେ ଜିଲ୍ଲାରେ ମରୁଡି ପରିସ୍ଥିତି ଏବେ ସାଙ୍ଘାତିକ ହେବାକୁ ଯାଉଥିବାରୁ ଶାସକ ଦଳ ଲୋକଙ୍କ ନଜର ହଟେଇବାକୁ ଏହି ଆନ୍ଦୋଳନ କରୁଛି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି । ସେପ୍ଟେମ୍ବର ମାସରେ ଅଧିକାଂଶ ଚାଷ କାମ ସରି ଯାଇଥାଏ ତେଣୁ ବିଜେଡି ଜୁଲାଇ, ଅଗଷ୍ଟରେ ଆନ୍ଦୋଳନ କରିବା ପରିବର୍ତ୍ତେ ଲୋକ ଦେଖାଣିଆ ସେପ୍ଟେମ୍ବର ମାସରେ ନୁଆଁଖାଇ ପୂର୍ବରୁ ଆନ୍ଦୋଳନ କରିବା ଚାଷୀଙ୍କୁ ଭୁଆଁ ବୁଲାଇବା ସଦୃଶ ବୋଲି ଆପ୍ କହିଛି । ଜିଲ୍ଲାରେ ସାର କଳା ବଜାରି ଓ ସୁଷମ ବଣ୍ଟନର ଅଭାବ ଯୋଗୁଁ ୟୁରିଆ ୨୬୮ ଟଙ୍କା ଯାଗାରେ ୭୦୦ ଟଙ୍କାରେ ଚାଷୀ କିଣିବାକୁ ବାଧ୍ୟ ହେଲେ ଓ ପ୍ରଶାସନ ଚୁପ୍‌ ହୋଇ ରହିଲା । ବରଗଡ଼ ଜିଲ୍ଲାରେ ଏବେ ମରୁଡି ପରିସ୍ଥିତି ଦେଖା ଦେଇଥିବାରୁ ସରକାର ନିଜର ବିଫଳତା ଚପେଇବା ପାଇଁ ସାରକୁ ଏକ ପ୍ରସଙ୍ଗ କରୁଛି ବୋଲି ଆପ୍ ଜିଲ୍ଳା ଆବାହକ ଭବାନୀ ସାହୁ କହିଛନ୍ତି । ଜିଲ୍ଲାରେ ଆଠ ହଜାର ଗଭୀର ନଳକୂପ ବିନା ବିଦ୍ୟୁତ ସଂଯୋଗ ଯୋଗୁ ପଡ଼ି ରହିଥିବାରୁ ମରୁଡି ପରିସ୍ଥିତି ଦେଖାଦେଲାଣି । ରାଜ୍ୟରେ ବିଜୁ କୃଷକ କଲ୍ୟାଣ ଯୋଜନା ଫେଲ ମାରି ଥିବା ବେଳେ ଚାଷୀ ଏବେ ମରୁଡିର ସମ୍ମୁଖୀନ ହେଲେଣି । ସେହିପରି ବିଜେପି ସରକାର ନିମ କୋଟେଟ ୟୁରିଆ ଆସିଲେ କଳା ବଜାରି ରୋକା ଯିବ ବୋଲି କହିଥିଲେ କିନ୍ତୁ ତାହା କୌଣସି ଫଳ ମିଳିଲା ନାହିଁ । ଉଭୟ ବିଜେଡି ଓ ବିଜେପି ସହଯୋଗୀ ଭାବେ କାମ କରୁଥିବାରୁ ଏହା କେବଳ ଲୋକଙ୍କୁ ଭୁଆଁ ବୁଲେଇବା କାମ ବୋଲି ଆପ୍ ରାଜ୍ୟ ସଂପାଦକ ଅମିତାଭ ପାତ୍ର କହିଛନ୍ତି । ସେହିପରି ରାଜ୍ୟରେ ଥିବା ସାର କାରଖାନାକୁ ବିଜେଡି ସରକାର ବନ୍ଦ କରିଥିବା ବେଳେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣାକୁ ଲୋକେ ଠିକ୍‌ରେ ବୁଝି ପାରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।

nrusinghnath
Leave A Reply

Your email address will not be published.