ଅହେତୁକ ବିଳମ୍ବ : ଛତ୍ରପୁରର ଲୱେର ବସଷ୍ଟାଣ୍ଡର ବିଡିଏ-ମାର୍କେଟ କମ୍ପ୍ଲେକ୍ସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର ସହରାଞ୍ଚଳକୁ ନେଇ ବ୍ରହ୍ମପୁର ଉନ୍ନୟନ କତ୍ତୃପକ୍ଷ ବା ବିଡିଏ ଗଠନ ହୋଇଥିଲା । ସୂଚନା ଅନୁସାରେ ଅଧୂନା ଏହି ତିନି ଗୋଟି ସହରାଞ୍ଚଳରେ ଯେଉଁସବୁ ଉନ୍ନୟନ ଯୋଜନାରେ କାର୍ଯ୍ୟ ହେଉଅଛି, ତାହା ବିଡିଏ ଅଧୀନରେ ପରିଚାଳିତ ହେଉଅଛି । ତେବେ ବ୍ରହ୍ମପୁର ବିଡିଏ ଅଧିନସ୍ଥ ଏକ ବୃହତ୍ତମ ପ୍ରକଳ୍ପ ଯାହା ସଦରମହକୁମା ଛତ୍ରପୁର ଲୱେର ବସଷ୍ଟାଣ୍ଡ ସ୍ଥିତ ବିଡିଏ-ମାର୍କେଟ କମ୍ପ୍ଲେକ୍ସର କୋଠା ନିର୍ମାଣକାର୍ଯ୍ୟ ଆଜି ଯାଏଁ ସରିନାହିଁ, ଏହା ଆହୁରି କାର୍ଯ୍ୟ ସମ୍ପନ ହେବାକୁ ପ୍ରାୟ ଛଅ ମାସ ଲାଗିଯିବ ବୋଲି ଜଣାଯାଇଛି । ପ୍ରାୟତଃ ଆଜକୁ ୫ବର୍ଷ ହେଲା ସେହି ପାଖର ଉଠା ଦୋକାନୀ ଗୁଡିକୁ ଉଚ୍ଛେଦ କରାଯାଇଥିଲା । ଦୀର୍ଘ ୧୦ ବର୍ଷ ତଳେ ପୁରୁଣା କୋଠା ଭଙ୍ଗାଯାଇଥିଲା । ସେହି କୋଠା ମହଲରେ ନିଜର ଜୀବିକାକୁ ନେଇ ବଞ୍ଚି ଆସିଥିବା ସମସ୍ତ ଛୋଟବଡ଼ ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ହୋଇଥିବା ଦୋକାନୀ ଆଜି ଯାଏଁ ଆଁ କରି ଚାହିଁ ରହିଛନ୍ତି, ନୂତନ ମାର୍କେଟ କମ୍ଲେକ୍ସର ନିର୍ମାଣ ସରିବ, ତାରି ଭିତରେ ବେପାର କରିବା ପାଇଁ ଆମକୁ ଖଣ୍ଡେ ଜାଗା ମିଳିବକି ? ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସ କୋଠାର ଦୀର୍ଘଦିନ ବିତିଯାଇଥିଲେ, ମଧ୍ୟ କୋଠା ନିର୍ମାଣର କାମ ସରିନାହିଁ । ପ୍ରାୟ ୩.୪ କୋଟି ଟଙ୍କାର ଅଟକଳରେ ନିର୍ମିତ ହେଉଥିବା ଏହି ମାର୍କେଟ କମ୍ପ୍ଲେକ୍ସକୁ ଭୁବନେଶ୍ୱରର “ସ୍ପାଇରାଲ କନ୍ନସଲଟାନ୍ସୀ” ଏକ ନାମୀ ସଂସ୍ଥା ଏହାର ପ୍ଲାନିଂ/ଯୋଜନା/ ଆକଳନ କରିଥିବା ବିଭାଗୀୟ ସୂତ୍ରରୁ କୁହାଯାଏ । ନିର୍ମାଣାଧୀନ ଏହି ମାର୍କେଟ କମ୍ପ୍ଲେକ୍ସ କୋଠାର ଭିତ୍ତିଭୂମିର ନିର୍ମାଣ ମରାମତି ଅଗ୍ରଗତି ସମ୍ପର୍କରେ ବିଡିଏ କର୍ତ୍ତୃପକ୍ଷ ଗୁରୁବାର ଦିନ ଅନୁଧ୍ୟାନ କରିଥିଲେ । ବିଡିଏ ଉପାଧ୍ୟକ୍ଷ ତଥା ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ଵର ବଳିରାମ ବନ୍ଦୋର ବୁଲି ଦେଖିଥିଲେ ଏବଂ ସର୍ବେକ୍ଷଣ କରି ଆଜି ଏହି କୋଠା ପ୍ରକଳ୍ପର ନିର୍ମାଣ ତ୍ୱରାନ୍ୱିତ କରିବାକୁ ଅଧସ୍ଥନ କର୍ମଚାରୀଙ୍କୁ ନିର୍ଦ୍ଧେଶ ଦେଇଥିବା ଜଣାଯାଏ ।

Leave A Reply

Your email address will not be published.