oom

କର୍ଲାମୁଣ୍ଡା କୃଷକ କଲ୍ୟାଣ ମଞ୍ଚର ଚାଷୀଙ୍କ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ

jsmm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ଚଳିତ ଖରିଫ ଋତୁରେ କର୍ଲାମୁଣ୍ଡା ବ୍ଲକରେ ଅନାବୃଷ୍ଟି ହେତୁ ଭାଦ୍ରବ ମାସରେ ବି ଚାଷୀ ଧାନ ରୁଆ କି ବିହୁଡା କରିପାରି ନାହିଁ । ଯେଉଁମାନେ ଆଗ ବର୍ଷାରେ ଧାନ ରୁଆ କି ବିହୁଡା କରିଛନ୍ତି ସେହି ଜମିରେ ଜଳାଭାବ ଯୋଗୁଁ ମାଟି ଫାଟି ଆଁ କଲାଣି, ଧାନଗଛ ଗୁଡିକ ହଳଦିଆ ବର୍ଣ୍ଣ ଧାରଣ କରୁଛି । ଯାହା କିଛି ବି ଧାନଗଛ ବଞ୍ଚିଛି ସେଠାରେ ରୋଗପୋକ ମାଡି ବସିଲାଣି । କିନ୍ତୁ ଅଦ୍ୟାବଧି ପ୍ରଶାସନ ମରୁଡି ଜନିତ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିନାହିଁ କି କ୍ଷତିଗ୍ରସ୍ତ ଚାଷ ଜମିକୁ ପରିଦର୍ଶନ କରିନଥିବା ଅଭିଯୋଗ ହେଉଛି । କର୍ଲାମୁଣ୍ଡା ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା କରିବା, କେନାଲ ପାଣି ଆସୁନଥିବାରୁ ଜଳ କର ଓ ଖଜଣା ଛାଡ କରିବା, କୃଷିଋଣ ଛାଡ କରିବା ସହ ଗତ ଖରିଫ ଚାଷର ବୀମା ରାଶି ପୈଠ କରିବା ଦାବୀରେ ସ୍ଥାନୀୟ ନିର୍ଦ୍ଦଳୀୟ କୃଷକ ସଂଗଠନ କର୍ଲାମୁଣ୍ଡା ବ୍ଲକ କୃଷକ ମଞ୍ଚ ପକ୍ଷରୁ ସ୍ଥାନୀୟ ଶିଶୁମନ୍ଦିର ଛକରୁ ଏକ ଶୋଭାଯାତ୍ରା ବାହାରି ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବୀପତ୍ର ତହସିଲଦାର ବାସନ୍ତୀ ସେଠୀଙ୍କୁ ପ୍ରଦାନ କରାଯାଇଥିଲା । ମଞ୍ଚର ସଭାପତି ନରୋତ୍ତମ ସେଲମା, ସଂପାଦକ ସୁରେଶ ଚୌଧୁରୀ, ସହସଂପାଦକ ମଧୁସୂଦନ ବାଗଙ୍କ ନେତୃତ୍ୱରେ ପ୍ରଦୀପ କୁମାର ସାହୁ, ନନ୍ଦିକିଶୋର ଭୋଇ, ତ୍ରିସଙ୍କର ରଣା, କୃଷ୍ଣଚନ୍ଦ୍ର ବାଗ, ନୀଳମଣି ବାଗ, ଦୀନବନ୍ଧୁ ସାହୁ, ବୈବସୂତ ସୁନା, ଜଗନ୍ନାଥ ଚୌଧୁରୀ, ବିହାରୀଲାଲ ସାହୁ, ପ୍ରେମାନିଧି ସାହୁ, ବିନୋଦ ସାହୁ, ଶେଷଦେବ ସାହୁ, ମିତ୍ରଭାନୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ତହସିଲଦାର ଶ୍ରୀମତୀ ସେଠୀ ଏଥିପ୍ରତି ପ୍ରସାସନ ତତ୍ପର ଥିବା ପ୍ରକାଶ କରିବା ସହ ଠିକ ସମୟରେ କ୍ଷୟକ୍ଷତି ଅନୁଧ୍ୟାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଶାନ୍ତିଶୃଙ୍ଖଳା ପାଇଁ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ କୃତିବାସ ପୂଝାରୀଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.