ଚକୁଳି ପଞ୍ଚାୟତରେ ନୂତନ ଭାବେ କୃଷକ ସଂଗଠନ ଗଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଚକୁଳି ପଞ୍ଚାୟତର ୩ଟି ଗ୍ରାମକୁ ନେଇ ରାମ ରତ୍ନାକର ପ୍ରଧାନଙ୍କ ସଭାପତିତ୍ୱରେ କୃଷକ ସଂଘଠନ ଗଠିତ ହୋଇଯାଇଛି । ପୂର୍ବବର୍ତ୍ତୀ ସଭାର ବିବରଣୀ ପାଠ କରିଥିଲେ ଏବଂ ତାହା ନିର୍ଦ୍ଦେଶ କ୍ରମେ ସଭ୍ୟ ମାନଙ୍କ ସହ ବିଭିନ୍ନ କମିଟି ଗଠନ କରାଯାଇଥିଲା । ଏହି ସଭାରେ ସଭାପତି ପଞ୍ଚାୟତରେ ଚାଷ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଧାନ ବିକ୍ରୟ ଅସୁବିଧା, ଫସଲ ବୀମା ପାଉନଥିବା, ଅଭାବୀ ସାର ବିକ୍ରି ଉପରେ ଆଲୋଚନା କରିଥିଲେ । ସଭାରେ ଥିବା ସମସ୍ତ ଚାଷୀ ମାନଙ୍କ ସହମତିରେ ଚକୁଳି ପଞ୍ଚାୟତ କୃଷକ ସଂଗଠନର ସଭାପତି ମନୋରଞ୍ଜନ କୁମ୍ଭାର, ଉପସଭାପତି ନରେନ୍ଦ୍ର ପ୍ରଧାନ, ସମ୍ପାଦକ ଭରତ ମଲ୍ଲିକ, ସହସମ୍ପାଦକ କେ ଆର ରାଜୁ, କୋଷାଧକ୍ଷ ବିକ୍ରମ ମେହେର ଓ ସଂଯୋଜକ କୁବେର ପ୍ରଧାନ, ଉପଦେଷ୍ଟା କମିଟି ଭାବେ ଶଙ୍କର ପ୍ରଧାନ, ରାମ ରତ୍ନାକର ପ୍ରଧାନ, ତ୍ରିଲୋଚନ ନାୟକ, ଅଚ୍ୟୁତାନନ୍ଦ ପ୍ରଧାନ, ସିଏଚ୍‌ ରାମ, ଝାରୁ ସାହୁ, ସଦାଶିବ ପ୍ରଧାନ ଓ ମନୋବଧ ପ୍ରଧାନ. କାର୍ଯ୍ୟନିର୍ବାହୀ କମିଟିରେ ମିନକେତନ ଗଡତିଆ, ଏକାମ୍ବର ଗଡତିଆ, ଟିକୁ ମହାପାତ୍ର, ଦାରା ସିଂ ମହାପାତ୍ର, କୁବେର ପ୍ରଧାନ, ଶ୍ୟାମ ସୁନ୍ଦର ପ୍ରଧାନ, ରହିତ ଭୋଇ, ମୋନରଞ୍ଜନ କୁମ୍ଭାର, ଭବାନୀ ମହାପାତ୍ର, ଲବ ମହାପାତ୍ର, ସଚିଦା ମେହେର, ସୌମ୍ୟରଞ୍ଜନ ବେହେରା ଓ ପ୍ରଶାନ୍ତ ପ୍ରଧାମ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ । ସଭା ସାଂଗ ପରେ ତ୍ରିଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.