oom

ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ପ୍ଲାଟିନମ ଜୁବ୍‌ଲି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବ୍‌ଲି ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଇହଲିଳା ସମ୍ଭରଣ କରିଥିବା ପୁରାତନ ଛାତ୍ର ଶୁଭ ସିଂ ଡନସନା, ମୁରଲୀଧର ପ୍ରଧାନ, ବିପିନ ପାଣିଗ୍ରାହୀ, ପରମେଶ୍ୱରୀ ଅଗ୍ରୱାଲ, ଗୋପାଳ ସାହୁ, ଭଗେଶ୍ୱର ବନ୍‌ଛୋର, ଶ୍ୟାମ ସୁନ୍ଦର ପଟ୍ଟନାୟକ, ସୁଧାକର ଶତପଥୀଙ୍କର ଅମର ଆତ୍ମାର ସତ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ତା’ ପରେ ସଭାପତି ବିଜୟ ରଞ୍ଜନ ସିଂ ବରିହା ପାଣ୍ଠି ସଂଗ୍ରହ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସଂପାଦକ ଡ.ବିରଞ୍ଚି ସାହୁ ପ୍ଲାଟିନମ ଜୁବିଲି କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ଅଲୋକପାତ କରି ସମସ୍ତଙ୍କୁ ୱେବ ପୋର୍ଟାଲ ଡବ୍ଲୁଡବ୍ଲୁଆରବିଏଚ୍‌ଏସ୍‌ ପଦ୍ମପୁର ଡଟ୍‌ କମ୍‌ରେ ରେଜିଷ୍ଟ୍ରେସନ କରିବା ପାଇଁ ଅନୁରୋଧ କରିଥିଲେ । ଉକ୍ତ ବୈଠକରେ ବିଭିନ୍ନ ବେଚ୍‌ର ପୁରାତନ ଛାତ୍ର ଅଂଶ ଗ୍ରହଣ କରିଥିଲେ । ପାଣ୍ଠି ସଂଗ୍ରହ ପାଇଁ ନଅ ଜଣ ବରିଷ୍ଠ ଛାତ୍ର ପ୍ରତିନିଧିଙ୍କ ନାମ ସ୍ଥିର କରାଯାଇ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ମନୋରଞ୍ଜନ ସିଂ ବରିହା, ସହସମ୍ପାଦକ ଗୋବିନ୍ଦ ପାଣିଗ୍ରାହୀ, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ ଓ ସଦସ୍ୟ କୃଷ୍ଣ ମୋହନ ପଣ୍ତା, ରାଜ ଯୋଶୀ, ଗଙ୍ଗା ପାଢୀ, ରବି ଦୋରା, ଡ. ଲଳିତେନ୍ଦୁ ନାୟକ, ଥବିର ପ୍ରଧାନ, ଅଶୋକ ସାହୁ, ଅଶ୍ୱିନୀ ପଣ୍ତା, ଉମେଶ ସାହୁ, ପ୍ରିତମ ମେହେର, ମହେଶ ବେହେରା, କୁନାଲ ପାଣିଗ୍ରାହୀ, ରାଜେଶ ବାଗ, ଦେବାଶିଷ ସାହୁ, ସୌମେଶ ମହାନ୍ତିଙ୍କ ସମେତ ବିଦ୍ୟାଳୟ ଶିକ୍ଷକ, କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ । ପରିଶେଷରେ ଗୋବିନ୍ଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସଭା ସାଙ୍ଗ ହୋଇଥିଲା ।

jittmm
Leave A Reply

Your email address will not be published.