oom

ପଦ୍ମପୁର ବ୍ଲକ କଂଗ୍ରେସ ପକ୍ଷରୁ ଆଗାମୀ ପଞ୍ଚାୟତ ନିର୍ବାଚନ ରଣନୀତି ପ୍ରସ୍ତୁତି ବୈଠକ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପବିତ୍ର ଶୈବପୀଠ କଣ୍ଠେଶ୍ୱରପୁର ଠାରେ ପଦ୍ମପୁର ବ୍ଳକ କଂଗ୍ରେସ ଦଳର ସଭାପତି ଚମ୍ପକେଶ୍ୱର ପୁରୋହିତଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତିର ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଦଳକୁ ଏକଜୁଟ ଏବଂ ମଜଭୂତ କରିବା ପାଇଁ ଏଇ ପ୍ରୟାସ ବୋଲି ଶ୍ରୀ ପୁରୋହିତ ସୂଚନା ଦେଇଛନ୍ତି । ପ୍ରାୟତଃ ବୁବୁଡା, ସର୍ଗିପାଲି, ଫୁଲମତିପୁର, ଶାନ୍ତିପୁର, ବାଦିମାଲ୍, ଜମରତଲା, ବଂଜୁଝୁଲା ଅଞ୍ଚଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଏହି ବୈଠକରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବରିଷ୍ଠ କଂଗ୍ରେସ ପ୍ରେମୀ, ନେହେରୁ ତ୍ରିପାଠୀ, ସିଦ୍ଧାର୍ଥ ମିଶ୍ର, ମାୟାରାମ ସୁନା, ଦିପ୍ତି ଦାସ, ଅନନ୍ତ ପ୍ରଧାନ, ଆର୍ତ୍ତ ଝାଙ୍କର୍, ବେନାର ତାଣ୍ଡି, ଚଞ୍ଚଳ ଭୋଇ, ଗୋପାଳ ମେହେର, ପଞ୍ଚାନନ ସାହୁ, କୃଷ୍ଣ ସାହୁ, ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ହୋଇ କର୍ମୀମାନଙ୍କୁ ଉଦବୋଧନ ଦେବା ସହିତ ଦିଗ୍‌ଦର୍ଶନ ଦେଇଥିଲେ ।

jittmm
Leave A Reply

Your email address will not be published.