oom

ଉଦ୍‌ଘାଟନ ଅପେକ୍ଷାରେ ଶୌଚାଳୟ : ମହିଳାମାନେ ହିନସ୍ତା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବସଷ୍ଟାଣ୍ଡରେ ଦୀର୍ଘ ଏକ ବର୍ଷ ହେବ ପଞ୍ଚାୟତିରାଜ ବିଭାଗ ତରଫରୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପ୍ରାୟ ଦୁଇ ଲକ୍ଷ ଟଙ୍କାର ଏକ ଶୌଚାଳୟ ନିର୍ମାଣ କରାଯାଇଛି, ହେଲେ ତାଲା ପଡିଛି ତାହା କେବେ ଉଦ୍‌ଘାଟନ ହେବ ତାର ଅପେକ୍ଷା କରି କରି ଏକ ବର୍ଷ ବିତିଗଲାଣି । ସୂଚନାଯୋଗ୍ୟ ଯେ, ଗୁଦେରପାଲି ବସଷ୍ଟାଣ୍ଡ ହେଉଛି ଏ ଅଞ୍ଚଳର ଏକ ପ୍ରମୁଖ ସ୍ଥାନ ଓ ବାଣିଜ୍ୟ ସ୍ଥଳୀ । ଏଠାରେ ଦୁଇଟି ଘରୋଇ ଡାକ୍ତରଖାନା ଅଛି । ଉଚ୍ଚ ବିଦ୍ୟାଳୟ, ମହା ବିଦ୍ୟାଳୟ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଅଛି । ପ୍ରତ୍ୟହ ଏହି ବାଟ ଦେଇ ସହସହ ଜାନ ବାହାନ ତଥା ସରକାରୀ ବେସରକାରୀ ବସ ଚାଲୁଛି । ସକାଳ ଯାତ୍ରୀ ବସ ମାନ କିଛି ସମୟ ଏଠାରେ ଅଟକି ଥାଆନ୍ତି । ଯାହା ଫଳରେ ମହିଳା ମାନେ ପରିସ୍ରା ଟିକିଏ କରିବା ପାଇଁ ଏହି ବସଷ୍ଟାଣ୍ଡରେ ହିନସ୍ତା ହେଉଛନ୍ତି । ଶୌଚାଳୟ ନିର୍ମାଣ ସଂପୂର୍ଣ୍ଣ ହେବାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶୌଚାଳୟରେ ପାଣି ସଂଯୋଗ ହୋଇପାରିନାହିଁ ନାହିଁ, ଯାହା ଫଳରେ ଶୌଚାଳୟଟି କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏ ନେଇ ଅଞ୍ଚଳବାସୀ ବାରମ୍ବାର ଗାଇସିଲେଟ ବିଡ଼ିଓଙ୍କ ଦୃଷ୍ଟି ଗୋଚର କଲେ ମଧ୍ୟ କିଛି ସୁଫଲ ମିଳୁନାହିଁ ।

jittmm
Leave A Reply

Your email address will not be published.