ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ଖଦ୍ୟୋତ ଅନୁଷ୍ଠାନ ତରଫରୁ ପରିବେଶ ଉପରେ ଏକ ଆଲୋଚନା ଚକ୍ର ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଣିଷ ଯଦି ସନ୍ତୁଳିତ ଖାଦ୍ୟ, ଶୃଙ୍ଖଳିତ ଜୀବନ ନିର୍ବାହ କରିବା ସହ ଜଣକୁ ଗୋଟିଏ ଲେଖାଏଁ ବୃକ୍ଷରୋପଣ କଲେ ନିଜକୁ ତଥା ପରିବେଶକୁ ସରସ ସୁନ୍ଦର କରିପାରିବ ବୋଲି ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆଲୋଚନାରେ ଅନୁଷ୍ଠାନର ସାଧାରଣ ସଂପାଦକ ଆକୁଳ ବେହେରା, ସହ-ସଂପାଦକ ମୀନକେତନ ମାଝି, ଉପଦେଷ୍ଟା ଶିକ୍ଷାବିତ୍ ଛାୟାକାନ୍ତ ସାହୁ, ରବିଚନ୍ଦ୍ର ପଶାୟତ, ନିଳମଣି ବିଶ୍ୱାଲ ସଭ୍ୟଗଣ ନିଜ ବକ୍ତବ୍ୟ ରଖିଥିଲେ ।
ଏହା ସହ ପୂର୍ବ ସଭା ଅନୁସାରେ ଦଶମ ଆଇସିଏସ୍ସି କୃତିତ୍ୱ ସହ ଉତ୍ତୀର୍ଣ୍ଣ ହୋଇଥିବା କୁମାରୀ ନିହିରା ଶତପଥିଙ୍କୁ ସମ୍ମାନିତ କରାଯାଇଥିଲା । ଅନ୍ଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାରେ କରାଯାଇଥିବା ପରିବେଶ ଉପରେ ବିଭିନ୍ନ କୃତି ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦିଆଯାଇଥିଲା । ଉକ୍ତ ସଭାରେ ମଧୁମିତା ଶତପଥି, ସୌଦାମିନି ପାତ୍ର, ମଞ୍ଜରି ସାହୁ, ଆଶିଷ ନାଏକ, ଦାରାସିଂ ଭୋଇ, ନୃସିଂହ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପରିବେଶବିତ୍ ନିଳମଣି ବିଶ୍ୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂଗଠନିକ ସଂପାଦକ ଆନନ୍ଦ ଚନ୍ଦ୍ର ବଡପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।