ଜିଅନ୍ତା ମଣିଷକୁ ପୋକ ଓ ପିମ୍ପୁଡି ଖାଉଥିବା ବେଳେ ମୁମୁର୍ଷୁ ଅବସ୍ଥାରେ ରାସ୍ତା କଡ଼ରୁ ଉଦ୍ଧାର କଲା ସଂକଳ୍ପ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ମା’ ଜୀବନ କେତେ ବା ନିଷ୍ଠୁର ହୋଇପାରେ, ସେ ସବୁକିଛି ସହିଯାଏ । ପୁଅ ବହୁ ନାତି ନାତୁଣୀ ସମସ୍ତେ ଥିବା ବେଳେ ସ୍ତ୍ରୀ କଥାରେ ପଡି ନିଜ ଜନ୍ମ କଲା ମା’କୁ ଘରୁ ତଡିଦେଲା ପୁଅ । ଆଉ ଏଣେ ତେଣେ ବୁଲି ବାର ଦ୍ୱାରା ଶୁଣ୍ଢି ପିଣ୍ଡା ସାଜି ନିଜର ପେଟ ପାଇଁ ମୁଠାଏ ଖାଇବା ଯୋଗାଡ଼ କରି ସୋହେଲା ପଦ୍ମପୁର ରାସ୍ତାକଡରେ ଅସହାୟ ମହିଳା ଜଣକ ଜୀବନ ଯାପନ କରୁଥିବା ଜଣାପଡିଛି । ସୂଚନାନୁସାରେ ତାଙ୍କର ଡାହାଣ ଗୋଡ଼ରେ କେବେ କେଉଁଠାରେ ଆଘାତ ଲାଗିଥିବା ଫଳରେ ଗୋଡଟି ସମ୍ପୂର୍ଣ ଭାବରେ ପଚି ଶଢ଼ୀ ନଷ୍ଟ ହୋଇଯିବା ସହିତ ଶହ ଶହ ପୋକ ଓ ପିମ୍ପୁଡି ଖାଉଥିବା ଭଳିଆ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରି ଏକ ଅଭାବନୀୟ ଘଟଣା ବିଷୟରେ କୋଶଳ ସଂଗ୍ରାମୀ ସୁଶାନ୍ତ ମିଶ୍ରଙ୍କଠୁ ଖବର ପାଇଁ ଆଜି ସଂକଳ୍ପ ପରିବାର ସୋହେଲା ପଦ୍ମପୁର ମୁଖ୍ୟ ରାସ୍ତା କଡ଼ରୁ ତାଙ୍କୁ ଉଦ୍ଧାର କରି ସଂକଳ୍ପ ରଥ ସାହାଯ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲା । ଏହି ଉଦ୍ଧାର କାର୍ଯ୍ୟରେ ସଂକଳ୍ପ ପରିବାରର ସଦସ୍ୟ ନିଧାନ ଦନ୍ତା, ଜି. ରମେଶ, ସନ୍ତୋଷ ଦନ୍ତା ପ୍ରମୁଖ ସାମିଲ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରେସିଂଙ୍ଗ କରିବା ବେଳେ ଯାହା ଦେଖିବାକୁ ମିଳିଥିଲା ଭଗବାନ ଏପରି କଷ୍ଟ ଆଉ କାହାକୁ ନ ଦେଉ । ଗୋଟେ ନୁହେଁ କି ଦୁଇଟା ନୁହେଁ ହଜାର ହାଜର ପୋକ ତାଙ୍କ ଗୋଡ ଭିତରୁ ଶାଲୁବାଲୁ ହୋଇ ବାହାରି ପଡିଥିଲା । ବର୍ତ୍ତମାନ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସର୍ଜରି ୱାର୍ଡରେ ରଖାଯାଇଛି । ସେ ସୁସ୍ଥ ହେଲା ପରେ ତାଙ୍କୁ ସଂକଳ୍ପ ପରିବାର ତରଫରୁ କୌଣସି ଗୋଟେ ବୃଦ୍ଧାଶ୍ରମରେ ଥଇଥାନ କରାଯିବ ବୋଲି ସଂକଳ୍ପ ପରିବାର ବିକାଶ ଅଗ୍ରୱାଲ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.