ମା’ ସନ୍ତୋଷୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ମୋ ଲେଖା ମୋ ଦୁନିଆ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ କବିତା ଆସର

ବଲାଙ୍ଗିର, (କେପିଏନଏସ୍‌) : ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ତରଫରୁ ପବିତ୍ର ଗହ୍ମାପୂର୍ଣ୍ଣିମା ତଥା ମା’ ସନ୍ତୋଷୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଏକ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି । ଏହି ଅସାରରେ ମୁଖ୍ୟ ଅତିଥି ଭାବେ କୋଶଳ ସାହିତ୍ୟ ଏକାଡେମୀର ରାଜ୍ୟ ସଭାପତି ଦେବେନ୍ଦ୍ର କୁମାର ନାଏକ ଯୋଗ ଦେଇଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଖୁସିରାମ ସାହୁ, ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ମୁଖ୍ୟ ଉପଦେଷ୍ଟା ଭାରତୀ ରଥଙ୍କ ପ୍ରଚେଷ୍ଟାରେ ଓଡିଶାର କୋଣ ଅନୁକୋଣରୁ ଶତାଧିକ କବି ଓ କବୟତ୍ରୀ ଯୋଗଦାନ କରି ଆସରଟିକୁ ସାଫଲ୍ୟମଣ୍ଡିତ କରିଥିଲେ । ସେମାନେ ହେଲେ ଗଜପତିରୁ ଡ଼. ପ୍ରିୟମ୍ବଦା ସାମଲ, ବାଲେଶ୍ୱରରୁ ସୁଜାତା ଦାସ, ଗଞ୍ଜାମରୁ ରାମ ଚନ୍ଦ୍ର ପ୍ରଧାନ, ବୁଲୁ ବିଷୋୟୀ, ରାୟଗଡାରୁ ସୁବାସ ଚନ୍ଦ୍ର ସାହୁ, କଳାହାଣ୍ଡିରୁ ପ୍ରିୟଦର୍ଶିନୀ ମିଶ୍ର, କମଳିନୀ ଚଣ୍ଡି, ଦିଲ୍ଲୀପ କୁମାର ନନ୍ଦୀ, ଭୁବନେଶ୍ୱରରୁ ରିତା ଅପରାଜିତା ମହାନ୍ତି, କଟକରୁ ରାଜ କିଶୋର ମୁଣ୍ଡି, ରାଜଲଷ୍ମୀ ବାରିକ, କେନ୍ଦ୍ରାପଡ଼ାରୁ ସୁରେନ୍ଦ୍ର ଜେନା, ଗୋବିନ୍ଦ ବେହେରା, ଭଦ୍ରକରୁ ସରୋଜ କୁମାର ଓଝା, ଢେଙ୍କାନାଳରୁ ଅରୁନ୍ଧତୀ ଲେଙ୍କା, ବଲାଙ୍ଗିରରୁ ଶୁଭ୍ରାଂଶୁ ଭୂଷଣ ମେହେର, ନୟାଗଡ଼ରୁ ଅଶୋକ କୁମାର ନାୟକ, କେନ୍ଦୁଝରରୁ ସଞ୍ଜୟ କୁମାର ସାହୁ, ସହଦେବ ବେହେରା, ରତିନାରାୟଣ ରାଉତ, ଅନୁଗୁଳରୁ କୁମାର ସ୍ୱାଇଁ, ବଲାଙ୍ଗିର ରୁ ଶରତ ମନହିରା, ବିଜୟ କୁମାର ତାଣ୍ଡି, ଯାଜପୁରରୁ ସୁରେନ୍ଦ୍ର କୁମାର ବେହେରା, ମାଲକାନଗିରିରୁ ଭାବଗ୍ରାହୀ ତ୍ରିପାଠୀ ଏବଂ ଦୀପକ କୁମାର ପଣ୍ଡା ପ୍ରମୁଖ ନିଜର ସ୍ୱରଚିତ ସୃଷ୍ଟି ସମ୍ଭାରର ନୈବେଦ୍ୟ ଦେଇ ଉକ୍ତ ଆସରକୁ ଭକ୍ତିମୟ କବିତା ଜରିଆରେ ମା’ ସନ୍ତୋଷୀଙ୍କ ପଦାରବିନ୍ଦରେ ଅର୍ପଣ କରିଥିଲେ । ଶେଷରେ ସମ୍ପାଦକ ଦୁର୍ଗାଶଙ୍କର ଦେ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.