oom

ଜିଲ୍ଲା ସରକାରୀ ହାଇସ୍କୁଲ ସିନିୟର ଏସ୍‌ଇଏସ୍‌ ଏସ୍‌ସି/ଏସ୍‌ଟି ପ୍ରଧାନ ଶିକ୍ଷକ ସଂଘ ଗଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଏସ୍‌ସି/ଏସ୍‌ଟି ସିନିୟର ଏସ୍‌ଇଏସ୍‌(ମାଧ୍ୟମିକ ଶିକ୍ଷା ସେବା) ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଗୁଗୁଲମିଟ୍‌ ଭର୍‌ର୍ଚୁଆଲ ମୋଡ ଜରିଆରେ ପ୍ରଧାନ ଶିକ୍ଷକ ସଦାନନ୍ଦ ଭୋଇଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ହାଇସ୍କୁଲରୁ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକମାନଙ୍କୁ ନେଇ ଏକ ନୂତନ ସଂଘ ଗଠିତ ହୋଇଥିଲା । ସଭାପତି ଭାବେ ସଦାନନ୍ଦ ଭୋଇ, ଉପସଭାପତି ଭାବେ ଶ୍ୟାମ ସୁନ୍ଦର କୁଅଁର ଏବଂ ନିହାରୀକା ଦାଶ, ସମ୍ପାଦକ ହେମନ୍ତ ବାରିକ, ସହସମ୍ପାଦକ ହୃଦୟାନନ୍ଦ ଛତ୍ରିଆ ଏବଂ ଅଶୋକ ତରିଆ, କେସିୟର ଭାବେ ବିନାୟକ କୁମ୍ଭାର, ଉପଦେଷ୍ଟା ଭାବେ ଦ୍ୱିତୀରଂଜନ ମହାଲିଙ୍ଗ ଚୟନ ହୋଇଥିଲେ । ଏହି ବୈଠକରେ ପ୍ରଧାନ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସହ ବଦଳି ଏବଂ ନୂତନ ଦରମା ନିର୍ଦ୍ଧାରଣ ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ପ୍ରଧାନ ଶିକ୍ଷକ ଦ୍ୱିତୀରଂଜନ ମହାଲିଙ୍ଗ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.