ଭରସା ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ପ୍ରକୃତିମିତ୍ର ପୁରସ୍କାର

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଭରସା”କୁ ଚଳିତବର୍ଷ ପ୍ରକୃତିମିତ୍ର ୨୦୨୧ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଏହା ପ୍ରଦାନ କରିଛନ୍ତି । ପ୍ରକୃତି ସଂରକ୍ଷଣ, ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ଚାରାବଣ୍ଟନ, ପରିବେଶ ସୁରକ୍ଷା ନେଇ ସଚେତନତା କରାଇବା ସହ କାର୍ଯ୍ୟରତ ପରିବେଶ ପ୍ରେମୀଙ୍କୁ ଉତ୍ସାହିତ କରିବା, ବୃକ୍ଷ ରୋପଣକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିଥିବା ପ୍ରମୁଖ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ‘ଭରସା’କୁ ‘ପ୍ରକୃତ ମିତ୍ର’ ପୁରସ୍କାର ପ୍ରଦାନ କରାଯାଇଥିଲା । କୋଭିଡ଼ କଟକଣାକୁ ଆଖିରେ ରଖି ବ୍ରହ୍ମପୁର ସ୍ଥିତ ଆଞ୍ଚଳିକ ମୁଖ୍ୟବନ ସଂରକ୍ଷକ କାର୍ଯ୍ୟାଳୟରେ ଅଗଷ୍ଟ ୧୫ ତାରିଖ ତଥା ସ୍ୱାଧୀନତା ଦିବସର ୭୫ ବର୍ଷ ପାଳନ ଅବସରରେ ଡିଏଫଓ ଅମ୍ଳନ ନାୟକଙ୍କ ଠାରୁ ଭରସାର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ ମାନପତ୍ର ସହ କୋଡିଏ ହଜାର ଟଙ୍କା ଆର୍ଥିକ ରାଶି ଗ୍ରହଣ କରିଥିଲେ । ପୁରସ୍କାର ବାବଦରେ ମିଳିଥିବା କୋଡିଏ ହଜାର ଟଙ୍କା ରେଡ଼କ୍ରସକୁ ପ୍ରଦାନ କରାଯିବ ବୋଲି ସମ୍ପାଦକ ଦୁର୍ଗା ମାଧବ ସୂଚନା ଦେଇଛନ୍ତି । ଭରସା ଅନୁଷ୍ଠାନକୁ ଏହି ପୁରସ୍କାର ମିଳିଥିବାରୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.