ନୂତନ ନାଟ୍ୟ ଶୁଭାରମ୍ଭ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ବ୍ଲକ ବଡ଼ଗାଁ କାର୍ଯ୍ୟାଳୟ ଠାରେ ଶ୍ରୀ ଶ୍ରୀ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ, କୁମ୍ଭାରୀ ଅନ୍ତର୍ଗତ ବରପାଲିର ବ୍ରଜେଶ୍ବରୀ ଦେବୀଙ୍କ ପୂଜା ସହ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିଷଦର ନୂତନ ନାଟ୍ୟ ଶୁଭାରମ୍ଭ ପାଇଁ ପାଣ୍ଡୁଲିପି ପୂଜନ ହୋଇଥିଲା । ଗୁରୁ ଭାଗବତ ପ୍ରଧାନ କର୍ତ୍ତା କାର୍ଯ୍ୟ ତୁଳାଇଥିଲେ । ଏଥିରେ ବ୍ରଜେଶ୍ୱରୀ ନୃତ୍ୟ କଳା ପରିଷଦ କୁମ୍ଭାରୀ ସହ ଜଡ଼ିତ ଥିବା ମହେନ୍ଦ୍ର କୁମାର ମେହେର, ଡ. ସୁବଳ ମାଝୀ, ବୀରେନ୍ଦ୍ର ନାଗ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.