csstore

ରାସ୍ତା କଡ଼ରୁ ହଟିଲେ ବ୍ୟବସାୟୀ : ଟ୍ରାଫିକ ସମସ୍ୟାରୁ ତ୍ରାହି ପାଇଲେ ଜନସାଧାରଣ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ବ୍ରାହ୍ମଣୀ ଗାଁ ବଜାର ଉପରେ ବ୍ଲକ ଅଧିନସ୍ତ ୮ ଗୋଟି ଗ୍ରାମ ପଞ୍ଚାୟତ ସମେତ ସୀମାନ୍ତବର୍ତ୍ତି ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାର ୪ଟି ପଞ୍ଚାୟତ ସହିତ ପ୍ରାୟ ୧୨ରୁ ଅଧିକ ପଞ୍ଚାୟତବାସୀ ନିର୍ଭର କରି ଆସୁଅଛନ୍ତି । ବ୍ରାହ୍ମଣୀ ଗାଁରେ ସୋମବାର ଦିନ ସାପ୍ତାହିକ ହାଟ ବସୁଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ପାଇଁ ବ୍ରାହ୍ମଣୀ ଗାଁ ବଜାରରେ ପ୍ରବଳ ଭିଡ ଜମେ । ବଜାର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ କିଛି ହାଟ ବ୍ୟବସାୟୀ ପସରା ମେଲି ବସୁଥିଲେ । ଯାହାରି ଫଳରେ ମୋଟର ସାଇକେଲ, ଅଟୋ, ଚାରିଚକିଆ ଯାନ ସହିତ ଯାତ୍ରୀବାହୀ ବସ ଚଳାଚଳରେ ବାଧା ଉପୁଜୁଥିବା ସହିତ ଦୁର୍ଘଟଣାକୁ ଏଡାଇବା ପାଇଁ ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ନିର୍ଦେଶ କ୍ରମେ ପ୍ରତ୍ୟେକ ହାଟ ବେପାରୀ ରାସ୍ତା କଡରେ ନବସି ହାଟ ପଡ଼ିଆରେ ନିଜ ନିଜର ଦୋକାନ ଖୋଲି ବ୍ୟବସାୟ କରିଥିଲେ । ଯାହାରି ଫଳରେ ବଜାର ରାସ୍ତାରେ ଲୋକଙ୍କ ଭିଡ଼ କମିଥିଲା । ଥାନା ଅଧିକାରୀଙ୍କ ଏହି ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.