ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଡାକ ବଙ୍ଗଳା ଠାରେ ଜିଲ୍ଲା ବାଜା ମାଲିକ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଯାଇଛି । ଦୀର୍ଘ ଦୁଇବର୍ଷ ହେଲା କୋରୋନା କଟକଣା ହେତୁ ବ୍ୟାଣ୍ଡ ପାର୍ଟି,ଦୁଲ୍ଦୁଲି, ଡିଜେ ଇତ୍ୟାଦି ସବୁ ପ୍ରକାରର ବାଜା ବନ୍ଦ ରହିଛି । ବୌଦ୍ଧ ଜିଲ୍ଲାରେ ପ୍ରାୟ ସତୁରିଟି ବାଜା ଦଳ ରହିଥିବା ବେଳେ ବାଜା ମାଲିକ ମାନେ ବିଭିନ୍ନ ବାଜା ଓ ଯନ୍ତ୍ରପାତି ନିଜ ହାତରୁ କିଣି, ପ୍ରାୟ ଏକ ହଜାର ଲୋକଙ୍କୁ ଦରମା ଦେଇ ତାଙ୍କ ପରିବାର ଚଳାଇଥାନ୍ତି । କିନ୍ତୁ କରୋନା କଟକଣା ତାଙ୍କ ଜୀବିକା ଛଡାଇ ନେଇଛି । ବାଜା ମାଲିକ ମାନେ ପୂର୍ବ ରାଜିନାମା ହିସାବରେ ସେମାନଙ୍କୁ କିଛି କିଛି ଅର୍ଥ ପ୍ରତିମାସରେ ଦେଉଛନ୍ତି । ତେବେ ଏହି ସବୁର ସମାଧାନ କରିବା ପାଇଁ ସଂଘର ସଭାପତି ସୁଶିଲ ମେହେରଙ୍କ ସଭାପତିତ୍ୱରେ ଜିଲ୍ଲା ବାଜା ବାଲା ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇ ପଞ୍ଜିକରଣ ପାଇଁ ଆଲୋଚନା ହୋଇଥିଲା ଓ ବିଭିନ୍ନ ସାମାଜିକ, ସଂ।ସ୍କୃତିକ କାର୍ଯ୍ୟକ୍ରମରେ ଅନୁମତି ଦେବାକୁ ଜିଲ୍ଲାପାଳଙ୍କ ଠାରେ ନିନେଦନ କରିବାକୁ ପ୍ରସ୍ତାବ କରିଥିବା ଜଣାପଡିଛି ।