csstore

କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନୟାଗଡ଼ ଗସ୍ତ

ନୟାଗଡ଼ : ଆଜି କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ରାଜ୍ୟ ସଭାପତି ସନ୍ତୋଷ ଭୋଳ ନୟାଗଡ଼ ଗସ୍ତ କରିଛନ୍ତି । ଏହି ଅବସରରେ ତାଙ୍କୁ ନୟାଗଡ଼ ଖଣ୍ଡପଡା ରୋଡ୍‌ ସ୍ଥିତ ହନୁମାନ ମନ୍ଦିର ଠାରେ ଜିଲ୍ଲା ସଭାପତି ଏବଂ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ସ୍ଵାଗତ କରାଯାଇଛି । ତତ୍ ସହିତ ନୂତନ ରୂପେ ନୟାଗଡ଼ ଜିଲ୍ଲା ସଭାପତି ଦାୟିତ୍ୱ ଗ୍ରହଣ କରିଥିବା ସନ୍ତୋଷ କୁମାର ପ୍ରଧାନ ଏବଂ ଜିଲ୍ଲାର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରାଯିବା ସହ ନୟାଗଡ଼ ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ସହ ଏକ ବୈଠକ ମଧ୍ୟ କରାଯାଇଛି । ଏହି ବୈଠକରେ କେଶରୀୟା ହିନ୍ଦୁ ବାହିନୀ ସଂଗଠନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଆଲୋଚନା ହୋଇଥିବା ବେଳେ ସଂଗଠନର ନୟାଗଡ଼ ଜିଲ୍ଲାରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଙ୍ଗଠନ ମନ୍ତ୍ରୀ ତଥା ରାଜ୍ୟ ସୂଚନା ପ୍ରମୁଖ ବ୍ରହ୍ମ ପ୍ରସାଦ ମହାପାତ୍ର, ରାଜ୍ୟ କୋଷାଧ୍ୟକ୍ଷ ସୁଶୀଲ କୁମାର ସାହୁ ଏବଂ କେଶରୀୟା ହିନ୍ଦୁ ବାହିନୀର ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.