ଡେଲାଙ୍ଗରେ କ୍ରାନ୍ତି ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କ୍ରାନ୍ତି ଦିବସ ଅବସରରେ ଅଲ ଇଣ୍ଡିଆ କିଷାନ କ୍ଷେତ୍ର ମଜଦୁର ସଂଗଠନ ତରଫରୁ ବେରବୋଇଠାରେ କ୍ରାନ୍ତି ଦିଦସ ପାଳିତ ହେବା ସହ କେନ୍ଦ୍ର ସରକାରଙ୍କ ପ୍ରଣୀତ ୩ଟି କୃଷି ଆଇନକୁ ପ୍ରତ୍ୟହାର କରାଯିବା ଏବଂ କର୍ପୋରେଟ ହଟାଅ ପାଇଁ ଦାବୀ କରାଯାଇଥିଲା । ଏଥିରେ ସଙ୍ଗଠନର ରାଜ୍ୟ ସଂପାଦକ କମ୍ରେଡ ରଘୁନାଥ ଦାସ, ପୁରୀ ଜିଲ୍ଲା ସଭାପତି ଗଙ୍ଗାଧର ପ୍ରଧାନ, ସଂପାଦକ ବଟକୃଷ୍ଣ ସ୍ୱାଁଇ, ଦିନବନ୍ଧୁ ପରିଡା, ରାଜକିଶୋର ଆଳୁକ, ଗୋଲକ ବରାଳ ଓ ପଦ୍ମଚରଣ ଜେନା ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.