ଟେଣ୍ଟ ହାଉସ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଟେଣ୍ଟ ହାଉସ, ଲାଇଟ୍ ଡେକୋରେଟର ଏବଂ ଫ୍ଲାଓ୍ବ।ର ଡେକୋରେଟର ସଂଘ ପକ୍ଷରୁ ଆଜି ଦୋକାନ ଖୋଲିବାକୁ ପ୍ରଶାସନ ଅନୁମତି ପ୍ରଦାନ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କରୋନା ସମୟରୁ ଗତ ଦୁଇ ବର୍ଷରୁ ଅଧିକ ସମୟ ସାଧାରଣରେ କୌଣସି କାର୍ଯ୍ୟକ୍ରମ ହେଉନଥିବାରୁ ଟେଣ୍ଟ ବ୍ୟବସାୟ ସଂଘକୁ ଲାଇଟ୍ ଏବଂ ଫୁଲ ଡେକୋରେଟର ଦୋକାନ ମଧ୍ୟ ବନ୍ଦ ରହିଥିଲା । ତେବେ ବର୍ତ୍ତମାନ କରୋନା କଟକଣା କୋହଳ ହୋଇ ବିବାହ ଓ ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ମିଳିଥିବା ବେଳେ ଟେଣ୍ଟ ହାଉସ, ଲାଇଟ୍ ଓ ଫ୍ଲାଓ୍ବ।ର ଡେକୋରେଟର ଦୋକାନ ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିନାହିଁ । ଫଳରେ ସେମାନଙ୍କ ଜୀବନ ଜିବୀକା ଦୁର୍ବିସହ ହୋଇ ପଡିଲାଣୀ ବୋଲି ଅଭିଯୋଗ କରିଥିଲେ । ଅତି ଶୀଘ୍ର ଦୋକାନ ଖୋଲିବାକୁ ପ୍ରଶାସନ ଅନୁମତି ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ସଂଘ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ପ୍ରଧାନ, ପ୍ରତାପ ଦାଶ, ରାଜ କୁମାର ଛତ୍ରିଆ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.