ଆଜି ପ୍ରଧାନମନ୍ତ୍ରୀ ପିଏମ୍-କିଷାନ ଯୋଜନାରେ ନବମ କିସ୍ତି ରାଶି ପ୍ରଦାନ କରିବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାରେ ନବମ କିସ୍ତି ପ୍ରଦାନର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ଅର୍ଥରାଶି ପ୍ରଦାନ କରାଯିବାକୁ ଥିବା ବେଳେ ଏଥିରେ ଉପସ୍ଥିତ ରହିବେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର । ହିତାଧିକାରୀଙ୍କ ଆକାଉଣ୍ଟକୁ ୧୯ହଜାର ୫୦୦ କୋଟି ଟଙ୍କା ଟ୍ରାନ୍ସଫର୍‌ ହେବ । ଏହାଦ୍ୱାରା ଉପକୃତ ହେବେ ୯କୋଟି ୭୫ଲକ୍ଷ କୃଷକ ପରିବାର । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ପରିବାର ସହ କଥା ହେବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପିଏମ୍-କିଷାନ ଯୋଜନାରେ ଯୋଗ୍ୟ ଚାଷୀ ପରିବାରକୁ ତିନୋଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏ ବାର୍ଷିକ ୬,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.