କମାଣ୍ଡାଣ୍ଟ ଝିଅଙ୍କୁ ସେଲ୍ୟୁଟ୍‌ କଲେ ଇନ୍ସପେକ୍ଟର ପିତା

ମୁସୁରୀ : ବାପାଙ୍କ ପାଇଁ ତାଙ୍କ ବିଭାଗର ଜଣେ ଅଧିକାରୀ ଭାବରେ ତାଙ୍କ ଝିଅ ପହଞ୍ଚିବା ଅପେକ୍ଷା ଅଧିକ ଗର୍ବର ମୁହୂର୍ତ୍ତ ଆଉ କିଛି ହୋଇପାରେନାହିଁ । ଏପରି ଏକ ଭାବପ୍ରବଣ ମୁହୂର୍ତ୍ତ ଆସିଲା, ଯେତେବେଳେ ମୁସୁରୀରେ ଅବସ୍ଥିତ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଏକାଡେମୀରୁ ଦୁଇଜଣ ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପାସ୍ କରିଥିଲେ । ଦୁଇ ମହିଳା ଅଧିକାରୀଙ୍କ ମଧ୍ୟରେ ଜଣେ ଅଧିକାରୀଙ୍କ ନାମ ଦୀକ୍ଷା ଏବଂ ତାଙ୍କ ପିତା ମଧ୍ୟ ଆଇଟିବିପିରେ ଇନ୍ସପେକ୍ଟର ଭାବରେ ପୋଷ୍ଟିଂ ହୋଇଛନ୍ତି । ଦିଶା ଏକାଡେମୀରୁ ବାହାରିବା ମାତ୍ରେ ତାଙ୍କ ପିତା ଇନ୍ସପେକ୍ଟର କମଲେଶ କୁମାର ତାଙ୍କୁ ଅଭିବାଦନ ଜଣାଇଥିଲେ । ଦୀକ୍ଷା ଏବଂ ଆଉ ମହିଳା ପ୍ରାକୃତୀଙ୍କୁ ଆଇଟିବିପିରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦରେ ମଧ୍ୟ ନିଯୁକ୍ତ କରାଯାଇଛି ।

Leave A Reply

Your email address will not be published.