csstore

ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ : ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନରେ ନିଯୁକ୍ତି ପାଇଁ ଚାଲିଥିବା ଦୁର୍ନିତୀର ପ୍ରତିବାଦରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯାଇ ରାଜ୍ୟ ସରକାରଙ୍କ ଏକ ଛତ୍ରବାଦ ଶାସନ ଉପରେ କଟୁ ସମାଲୋଚନା କରି ବିଜେପି ଦଳୀୟ ନେତା ଓ କର୍ମୀମାନେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତିରୁପତି ରାଓପେଟା ସାହି ସ୍ଥିତ ବିଜେପି ଦଳୀୟ କାର୍ଯ୍ୟାଳୟ ଠାରୁ ଯୁବମୋର୍ଚ୍ଚାର ଜିଲ୍ଲା ସଂପାଦକ ଡି. ସୁରେଶ ରେଡ୍ଡିଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଲୋୟାର ବସଷ୍ଟାଣ୍ଡ ଠାରେ ପହଞ୍ଚି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଏହା ସହିତ ଦୁର୍ନୀତିର ପ୍ରତିବାଦରେ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମାରଣା ନୀତିର ତୀବ୍ର ସମାଲୋଚନା କରିଥିଲେ । ଏଥିରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, ଲିଗାଲ ସେଲ୍‌ର ଜିଲ୍ଲା ସଭାପତି ପ୍ରଦୀପ କୁମାର ପାଢ଼ୀ, କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ମୁଦୁଲି, ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ, ସାଧାରଣ ସମ୍ପାଦକ ଅମରେଶ କୁମାର ମହାରଣା, ବିଜେପି ହରିଜନ

ମୋର୍ଚ୍ଚାର ରାଜ୍ୟ ସମ୍ପାଦକ କୀର୍ତ୍ତନ ଦାସ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, ହୁମ୍ମା ମଣ୍ଡଳ ସଭାପତି ଗଗନ କୁମାର ନାହାକ, କୃଷକ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଗଣପତି ବାରିକ, ଯୁବ ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଜୀତେନ୍ଦ୍ର ଦଳାଇ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଏନ୍. ଦିନବନ୍ଧୁ, ଯୁବ ମୋର୍ଚ୍ଚାର ରମ୍ଭା ମଣ୍ଡଳ ସଭାପତି ବେଣୁଧର ଗୌଡ଼, ପୂର୍ବତନ ନଗରପାଳ ରାମ ଚନ୍ଦ୍ର ବେହେରା ଓ ପି. ତ୍ରିପତି ରାଓଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.