ବରଗଡ଼ ମାତୃଛାୟାରେ ଅନ୍ତେବାସିନୀଙ୍କ ପରଲୋକ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ଭୋର ସମୟରେ ଶାନ୍ତି ତପୋବନ ଆଶ୍ରମ ସ୍ଥିତ ବାନପ୍ରସ୍ଥର ଅନ୍ତେବାସିନୀ ସରୋଜିନୀ ଦାଶ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ୮୨ ବର୍ଷ ହେଉଥିବା ବେଳେ ସେ ଗତ ୮ ବର୍ଷ ହେଲା ମାତୃଛାୟା ସ୍ଥିତ ବାନପ୍ରସ୍ଥ ଆଶ୍ରମରେ ଅନ୍ତେବାସୀ ଭାବରେ ରହି ଆସୁଥିଲେ ସାଧାରଣତଃ ବାର୍ଦ୍ଧକ୍ୟ ଯୋଗୁଁ ଗତ କିଛିଦିନ ହେଲା ତାଙ୍କର ସ୍ଵାସ୍ଥ୍ୟବସ୍ଥା ଠିକ ନ ଥିବା ବେଳେ ଆଜି ଭୋରରୁ ତାଙ୍କର ପରଲୋକ ଘଟିଥିଲା । ତାଙ୍କର ମୃତ୍ୟୁରେ ସମ୍ପୂର୍ଣ୍ଣ ଆଶ୍ରମରେ ଶୋକର ଛାୟା ଖେଲିଯାଇଥିଲା । ଆଶ୍ରମରେ ରହୁଥିବା ପ୍ରତ୍ୟକ ସଦସ୍ୟ ଭିନ୍ନ ଭିନ୍ନ ଜାଗାରୁ ଆସିଥିବା ବେଳେ ଏଠାରେ ସେମାନେ ଗୋଟିଏ ପରିବାର ପରି ରହି ଆସୁଛନ୍ତି ଯାହା ତାଙ୍କର ଛାତି ଫଟା କ୍ରନ୍ଦନ ତାଙ୍କ ଭିତରେ ରହିଥିବା ନିବିଡ ସମ୍ପର୍କକୁ ପରିପ୍ରକାଶ କରୁଛି । ଶବ ସତ୍କାର ସମୟରେ ସଂଯୁକ୍ତ ଯୁବ ସଂଗଠନର ପୂର୍ବତନ ସଭାପତି ରମାକାନ୍ତ ତ୍ରିପାଠୀ ମୁଖାଗ୍ନି ଦେଇଥିବା ବେଳେ ତାଙ୍କର କିଛି ଦୂର ସମ୍ପର୍କୀୟ ଉପସ୍ଥିତ ଥିଲେ । ଆଶ୍ରମର ମୁଖ୍ୟ ଦେବଦତ୍ତ ତ୍ରିପାଠୀ, ଲବଙ୍ଗ ସାହୁ, ସନ୍ଧ୍ୟା ମିଶ୍ର, ସଂକଳ୍ପ ପରିବାରର ବିକାଶ ଅଗ୍ରୱାଲ, ରୋହିତ ପ୍ରଧାନ ଓ ମାତୃଛାୟା, ବାନପ୍ରସ୍ଥର ସମସ୍ତ ଅନ୍ତେବାସିନୀ ଶେଷ ଦର୍ଶନ କରି ଅଶ୍ରୁଳ ବିଦାୟ ଦେଇଥିଲେ ।

Leave A Reply

Your email address will not be published.