ପଶ୍ଚିମ ଓଡିଶା ଯୁବାମଂଚ ପକ୍ଷରୁ ସ୍ୱାଭିମାନ୍ ଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପଶ୍ଚିମ ଓଡିଶା ଯୁବାମଂଚ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଠାରେ ଆଜି ସ୍ୱାଭିମାନ୍ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତିର ମାଟି ସୁବର୍ଣ୍ଣପୁରର ଦୁଇ ଯଶ୍ୱସୀ ବରପୁତ୍ର ସ୍ୱର୍ଗତ ଗୁରୁ ସତ୍ୟନାରାୟଣ ବହିଦାର ଓ ଡଃ ଅଟଲ ବିହାରୀ ପଣ୍ଡାଙ୍କ ନାମରେ ନବ ନିର୍ମିତ ଟାଉନ୍‌ ହଲ୍ ଓ ସଂସ୍କୃତି ଭବନକୁ ନାମିତ କରାଯିବା ସହ ସେମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ପଶ୍ଚିମ ଓଡିଶା ଯୁବାମଂଚର ଆବାହକ ଦୟାନଂଦ ପଧାନ, ଉପ ସଭାପତି ଅରବିନ୍ଦ ତ୍ରିପାଠୀଙ୍କ ନେତୃତ୍ୱରେ ଯୁବାମଂଚର ସଦସ୍ୟମାନେ ଦେବୀ ସୁରେଶ୍ୱରୀ ମନ୍ଦିରରୁ ସ୍ୱାଭିମାନ ଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଇଛନ୍ତି ।

Leave A Reply

Your email address will not be published.