jsm

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମର୍ଦ୍ଧନା

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନ ହୂମ୍ମା ସାଧନ କେନ୍ଦ୍ରର ବଳଦିଆଡିହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାଧବ ବେହେରା ଚାକିରିରୁ ଅବସର ନେଇଥିବା ପରିପ୍ରେକ୍ଷୀରେ ଏକ ସଭାର ଆୟୋଜନ ପୂର୍ବକ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସଭାରେ ଗଞ୍ଜାମ ବ୍ଲକ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଫୁଲ୍ଲ କୁମାର ମନ୍ତ୍ରୀ, ସାଧନ କେନ୍ଦ୍ର ସଂଯୋଜକ ଦାମୋଦର ପଣ୍ଡା, ବୋରିଗାଁ ରାଧା କୃଷ୍ଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପ୍ରଧାନ, ଶିକ୍ଷକ ସତ୍ୟନାରାୟଣ ପତି, ଲଡ଼ୁକିଶୋର ମୁଦୁଲି, ସୁବାସ ବେହେରା, ମମତା ରାଣୀ ତ୍ରିପାଠୀ, ସୁକାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କ ଶିକ୍ଷାଦାନ ଶୈଳୀ ଓ ଗୁଣାବଳୀ ସମ୍ପର୍କରେ ପ୍ରକାଶ କରିଥିଲେ ।

yuvodaya
Leave A Reply

Your email address will not be published.