ବରଗଡ଼ରୁ ଅମ୍ବାପାଲିକୁ ସିଟି ବସ୍ ସମ୍ପ୍ରସାରଣ କରାଯାଉ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବର୍ଷାରେ ଅସ୍ଥାୟୀ ରାସ୍ତା ଭାଙ୍ଗି ଯାଇଥିବାରୁ ବରଗଡ଼ ସହରର ଏକ ମୁଖ୍ୟ ଅଂଶ ଅମ୍ବାପାଲି ୱାର୍ଡ ନଂ ୧୭, ବିଛିନ୍ନ ହୋଇଯାଇଛି । ଯାହା ଫଳରେ ସାଧାରଣ ଲୋକଙ୍କ ଯିବା ଆସିବା ବାଧାପ୍ରାପ୍ତ ହୋଉଛି । ପ୍ରତ୍ୟେକ ଦିନ ଅମ୍ବାପାଲି, ଡୁମ୍ବେରପାଲି, ସରସରା, ନିଲେଶ୍ଵର, ବେହେରା ତଥା ବରପାଲି ଓ ବିଜେପୁର ବ୍ଲକର ଲୋକମାନେ ଏହି ରାସ୍ତା ଦେଇ ବରଗଡ ସହରକୁ ଯିବା ଆସିବା କରିଥାନ୍ତି । ଅଧିକାଂଶ ଲୋକ ଶ୍ରମିକ, ଛୋଟ କର୍ମଚାରୀ, ଚାଷୀ, ସ୍କୁଲ, କଲେଜ ଛାତ୍ର ଛାତ୍ରୀ, ମହିଳା ହୋଇଥିବାରୁ ଏହି ରାସ୍ତା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଏହି ରାସ୍ତା ଚାଲୁ ନହେବା ପର୍ଯ୍ୟନ୍ତ ଲୋକଙ୍କ ସୁବିଧା ପାଇଁ ବରଗଡ଼ରୁ ଅମ୍ବାପାଲିକୁ ସିଟି ବସ୍ ସମ୍ପ୍ରସାରଣ କରିବାକୁ ଆମ୍ ଆଦମୀ ପାର୍ଟି ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦେଇଛି । ପ୍ରତ୍ୟେକ ବର୍ଷ ଏହି ପରି ବର୍ଷାଋତୁରେ ଅସ୍ଥାୟୀ ରାସ୍ତା ଭାସି ଯାଉଥିବା ବେଳେ ସମୟ ପୂର୍ବରୁ ଜୀରା ବ୍ରିଜ ନିର୍ମାଣ ନହେବା ଏକ ବଡ଼ ଷଢଯନ୍ତ୍ର ବୋଲି ଜିଲ୍ଳା ଆବାହକ ଭବାନୀ ସାହୁ କହିଛନ୍ତି । ତେଣୁ ବ୍ରିଜ ନିର୍ମାଣର ଅହେତୁକ ବିଳମ୍ବର ତଦନ୍ତ ସହ ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଆପ୍ ଦାବୀ କରିଛି । ଅସିତ ସାହୁ, ମରିୟମ ବାର୍ଳା, ଖୁସନୁମା, ମମତା ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଗୋଟିଏ ସପ୍ତାହ ଭିତରେ ବସ ଚଲାଚଳ ନହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।

Leave A Reply

Your email address will not be published.