ସତ୍ୟନାରାୟଣ ବହିଦାର ଜୟନ୍ତୀ ପାଳନ

ପାଟଣାଗଡ, (କେପିଏନ୍‌ଏସ୍‌) : କୋସଲି ସାହିତ୍ୟ ଅନୁଷ୍ଠାନ ‘କୋସଲି ଡେରା’ ତରଫରୁ ଗୁରୁ ସତ୍ୟନାରାୟଣ ବହିଦାର ଜୟନ୍ତୀ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଧଣ୍ଡାମୁଣ୍ଡା ସ୍ଥିତ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଭୁବନେଶ୍ବର ପୁରୋହିତ ଯୋଗ ଦେଇଥିଲେ । ସଭାପତି ଭକ୍ତବନ୍ଧୁ ବିଶ୍ବାଲ ଓ କବି ସଂଯୁକ୍ତା ପରିଚ୍ଛା ମଞ୍ଚାସୀନ ଥିଲେ । ସୋନପୁରରେ ଜନ୍ମିତ ଶ୍ରୀ ପୁରୋହିତ ସତ୍ୟନାରାୟଣ ବହିଦାରଙ୍କ ସାହିତ୍ୟକୃତି ସଂପର୍କରେ ଆଲୋଚନା କରିଥିଲେ ତଥା ଛାତ୍ର ଜୀବନରେ ସତ୍ୟନାରାୟଣ ବହିଦାରଙ୍କ ବାସଭବନକୁ ଦେଖି ତାଙ୍କ ମନରେ ଉଦ୍ରେକ ହୋଇଥିବା ଭାବନାକୁ ପ୍ରକଟ କରିଥିଲେ । କୋଶଲ ରାଜ୍ୟର ଐତିହାସିକ ପ୍ରମାଣ ରହିଥିବା କଥା ସେ ଉଲ୍ଲେଖ କରିଥିଲେ। ଏହାପରେ କବିତା ଆସରକୁ କ୍ଷୀରୋଦ୍ର କୁମାର ସାହୁ ସଂଯୋଜନା କରିଥିଲେ । ପିଣ୍ଟୁ ମେହେର, ସଂଯୁକ୍ତା ମେହେର, ଶଶିକାନ୍ତ ଧରୁଆ, ପ୍ରତିମା ମେହେର, ସୁରୁଚି ମିଶ୍ର, ଲାଲଚନ ବଗର୍ତ୍ତୀ, ଧରମସିଂ ଧରୁଆ, ପ୍ରହଲ୍ଲାଦ ସାହୁ କବିତା ପାଠ କରୁଥିଲେ । ଶେଷରେ ସଂପାଦକ ଲାଲଚନ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.