oom

ଓଡିଶା ମୋ ପରିବାରର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ : ୫୦ ୟୁନିଟ ରକ୍ତ ସଂଗ୍ରହ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭା ଗୃହ ପରିସରରେ ଏନ୍‌ଏସି ବିଜେଡି ପକ୍ଷରୁ ଶୁକ୍ରବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଏଥିରେ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ୟୁଥ ପ୍ରେସିଡେଣ୍ଟ ଭବାନୀ କାନ୍ତ ସାହୁ ଓ ଛତ୍ରପୁର ବ୍ଲକ ଅଧକ୍ଷ ଧନଞ୍ଜୟ ରେଡୀ ଓ ବିଜେଡି ଛାତ୍ର ସଭାପତି ପ୍ରଶାନ୍ତ ପଣ୍ଡାଙ୍କୁ ସମର୍ଦ୍ଧିତ କରାଯାଇଥିଲା । ସ୍ଵତନ୍ତ୍ର ଅତିଥିଭାବେ ପୂର୍ବତନ ଜିଲ୍ଲା ସଭାପତି ସୁବାସ ମାହାରଣା ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସୁଧୀର କୁମାର ପାଢ଼ୀ, ରାକେଶ ରଞ୍ଜନ ଦାସ, ବ୍ଲକ ସମ୍ପାଦକ ଉମା ଜେନା, ବ୍ଲକ ଯୁବ ସଂଗଠକ ଅନ୍ତର୍ଯ୍ୟାମୀ ବେହେରା, ସମିତି ସଭ୍ୟ ଗଗନ ସ୍ୱାଇଁ, ପୂର୍ବତନ ସରପଞ୍ଚ ଗୋବିନ୍ଦ ରେଡୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା କୈବର୍ତ୍ତ ମହା ସଂଘ ସଭାପତି ସନାତନ ବେହେରା, ନଗର ସଭାପତି ପି. ରାଜୁ ରେଡୀ, ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା, ଛାତ୍ର ନେତା ଲିଙ୍ଗରାଜ ମହାପାତ୍ର, ଜିତୁ ପଣ୍ଡା, ମନୋଜ ପ୍ରଧାନ, ମୁନା ପରିଡା, ପପୁଣୁ ପଣ୍ଡା, ସୁଧିର ପଲାଇ, ନୀଳାଞ୍ଚଳ ବାରିକ, ରାଜେଶ ମହାରଣା, ସୀମାଞ୍ଚଳ ସାହୁ, ଆଶୁତୋଷ ଦାଶ, ସୋମୁ ସାହୁ ପ୍ରମୁଖ ସହ ଅନ୍ୟମାନେ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଚିନ୍ମୟାନନ୍ଦ ବେହେରା, ଦେବାଶିଷ ପଣ୍ଡା, ରାମହରି ପଣ୍ଡା, ବାବୁନି ବେହେରା, ବସନ୍ତ ବେହେରା ପ୍ରମୁଖ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ରକ୍ତ ଭଣ୍ଡାର କର୍ମଚାରୀ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ । ଏହି ଅବସରରେ ଏକ ଶହରୁ ଉର୍ଦ୍ଧ ବ୍ୟକ୍ତି ରକ୍ତ ଦାନ କରିଥିଲେ ।

jittmm
Leave A Reply

Your email address will not be published.