jayashree

ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟଳୟର ନୂତନ କୋଠା ପାଇଁ ପ୍ରକ୍ରିୟା ଆରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଠାରେ ନୂତନ ଜିଲ୍ଲାପାଳ କାର୍ୟ୍ୟାଳୟ କୋଠାର ପ୍ରକଳ୍ପ ଆରମ୍ଭ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ସଚିବଙ୍କ ପକ୍ଷରୁ ୱାର୍କ୍‌ସ୍‌ ବିଭାଗ ସଚିବଙ୍କୁ ଏ ସଂକ୍ରାନ୍ତରେ ଏକ ଚିଠି ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଗ୍ରହଣ କରିଥିବା ବେଳେ କାର୍ୟ୍ୟ ଆରମ୍ଭ ପାଇଁ ଆବଶ୍ୟକୀୟ ଯୋଜନା ଓ ଅଟକଳ ପ୍ରସ୍ତୁତ କରି ପଠାଇବାକୁ କୁହାଯାଇଛି । ଏହି ପ୍ରକଳ୍ପ ସମ୍ପୁର୍ଣ ହେଲେ ବଲାଙ୍ଗିର ସହରର ଟ୍ରାଫିକ ଓ ଗହଳି ସମସ୍ୟା ଶୀଘ୍ର ଦୂର ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.