oom

ଜିଲ୍ଲା ସ୍ତରୀୟ ଶିଶୁ ସୁରକ୍ଷା ସଭା ଅନୁଷ୍ଠିତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପ୍ରଶାସନ, ଏଡ୍ ଇଟ୍ ଏକସନ୍ ଏବଂ ୟୁନିସେଫ ପକ୍ଷରୁ ଆଜି ମିଶନ ଶକ୍ତି ହଲ୍ ଠାରେ ଶିଶୁ ଚାଲାଣ ଏବଂ ତାଙ୍କ ସୁରକ୍ଷା ସଂପର୍କରେ ଏକ ଜିଲ୍ଲା ସ୍ତରୀୟ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଏଡ୍ ଇଟ୍ ଏକସନ୍‌ର ନିର୍ଦ୍ଦେଶକ ୟୁନି ଡାନିଏଲ ଯୋଗ ଦେଇ ଦକ୍ଷିଣ ଏସିଆରେ ଶିଶୁ ଚାଲାଣ ବିଭିନ୍ନ ପରିସ୍ଥିତି ଓ ବିଭିନ୍ନ ଉପାୟରେ ହୋଇଥାଏ । ତଥାପି ଏହା ରୋକିବାରେ ସରକାରୀ ଓ ବେସରକାରୀ ସ୍ତରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ସଫଳତାର ସହ କାର୍ଯ୍ୟ କରୁଛନ୍ତି । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଡ଼ଃ ବିଦୁପ୍ରଭା ରଥ, ଜିଲ୍ଲା ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ସୁଜିତ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଞ୍ଜୁ ଏକ୍କା, ବରଗଡ଼ ରେଳବାଇ ଥାନା ଅଧିକାରୀ ବି ବି ମିଶ୍ର, ସୁଶ୍ରୀ ସଂଧ୍ୟା, ସୁଶ୍ରୀ ଚନ୍ଦ୍ରା ଏବଂ ନେହେରୁ ଯୁବକ କେନ୍ଦ୍ରର ପ୍ରତିନିଧି ଭିବେ ରୋସନ କୁମାର ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.