ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ କାର୍ଗିଲ ବିଜୟ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ୨୬ ଜୁଲାଇ କାର୍ଗିଲ ବିଜୟ ଦିବସ ଉପଲକ୍ଷେ ପଦ୍ମପୁର ସ୍ଥାନୀୟ ଟାଉନ କ୍ଲବ ଆନୁକୂଲ୍ୟରେ ଅମର ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ କ୍ୟାଣ୍ଡେଲ ପ୍ରଜ୍ଵଳିତ କରି ସମ୍ମାନ ପ୍ରଦାନ କରାଯାଇଥିଲା । ଏହା ସହ ପଦ୍ମପୁର ସୈନିକ କଲ୍ୟାଣ ସଙ୍ଘର ସଦସ୍ୟ ଏବଂ ଅଞ୍ଚଳରେ ଥିବା ପୂର୍ବତନ ସୈନିକ ମାନଙ୍କ ଗହଣରେ ଟାଉନ କ୍ଲବ ସଭାଗୃହରେ କାର୍ଗିଲ ଯୁଦ୍ଧରେ ଭାଗ ନେଇଥିବା ଦୁଇଜଣ ବୀର ସୈନିକ ସୁବେଦାର ମେଜର ସୁବଳ ଗଡ଼ତିଆ ଓ ନାଏବ ପଞ୍ଚାନନ ସାହୁଙ୍କୁ ମାନପତ୍ର ସହ ଉପଢେ଼øକନ ଦେଇ ଟାଉନ କ୍ଲବ ସଭାପତି ଶିରିଷ କୁମାର ବହିଦାର, ସୈନିକ କଲ୍ୟାଣ ସଙ୍ଘ ସଭାପତି ରାହସ ବିହାରୀ ତ୍ରିପାଠୀ, ପଦ୍ମପୁର ଜମିଦାର ପ୍ରତାପ କେଶରୀ ସିଂ ବରିହା, କ୍ଲବର ଉପସଭାପତି ଲାଲବିହାରୀ ମିଶ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ଉଭୟ କାର୍ଗିଲ ଯୋଦ୍ଧା ନିଜର ଅଭିଜ୍ଞତା ବିଷୟରେ ସମସ୍ତଙ୍କୁ କହିବା ସହ କାର୍ଗିଲର ସେହି ବିଜୟ ସମଗ୍ର ଭାରତର ତଥା ପ୍ରତ୍ୟେକ ଭାରତୀୟଙ୍କ ବିଜୟ ବୋଲି କହିଥିବା ବେଳେ ଟାଉନ କ୍ଲବ ସଭାପତି ଶ୍ରୀ ବହିଦାର ଆଗାମୀ ଦିନ ମାନଙ୍କରେ ଯଥା ସମ୍ଭବ ଯୁବ ଶକ୍ତି ମାନେ ଉତ୍ସାହିତ ହୋଇ ଯେମିତି ସେନାରେ ଯୋଗ ଦେବେ, ସେହି ଲକ୍ଷ୍ୟ ନେଇ ଏହି ପରି ପ୍ରେରଣାଦାୟୀ ସଭା ଆୟୋଜନ ଜାରି ରହିଥାଉ ବୋଲି ମନ୍ତବ୍ୟ ଦେଇଥିଲେ । ଟାଉନ କ୍ଲବ ସଦସ୍ୟ ଜି. ଶ୍ରୀନିବାସ ସଭା ପରିଚାଳନା କରିଥିବା ବେଳେ ଅଶୋକ କୁମାର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ । ସୈନିକ କଲ୍ୟାଣ ସଙ୍ଘ ତରଫରୁ ଭାସ୍କର ଦାସ, ଆନନ୍ଦ କୁମାର ସିଂଙ୍କ ସହ ବହୁ ପୂର୍ବତନ ଯବାନ ତଥା ଟାଉନ କ୍ଲବର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.