ଗୁରୁପୁର୍ଣ୍ଣିମାରେ ଗୁରୁଙ୍କୁ ପୂଜିଲେ ଶିଷ୍ୟ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଥରପଦା ସାହୀ ଶ୍ରୀଶ୍ରୀ ରଘୁନାଥ ଦେବ ମନ୍ଦିର ପରିସରରେ ରଘୁନାଥ ରାମନାଟ୍ୟ କଳା ପରିଷଦ ପକ୍ଷରୁ ଗୁରୁପୂର୍ଣ୍ଣିମା ପାଳିତ ହୋଇଯାଇଛି । ରାମଲୀଳା, ସଂକୀର୍ତ୍ତନ, ପାଲା ଆଦି ବିଭିନ୍ନ କ୍ଷେତ୍ରର କଳାକାର ଗୁରୁ ଶ୍ୟାମସୁନ୍ଦର ବଡଜେନା, ତ୍ରିନାଥ ମଙ୍ଗରାଜ, ପ୍ରଫୁଲ୍ଲ ବିଶ୍ୱାଳ, ଭଗବାନ ଗିଲ, ରମେଶ ମହାରଣା, ସୁମନ ଦାସ, ଉପେନ୍ଦ୍ର ବାରିକ ରାଜକିଶୋର ବେହେରା ପ୍ରମୁଖମାନଙ୍କୁ ଅନୁଷ୍ଠାନ ଶିଷ୍ୟମାନେ ଗୁରୁ ବନ୍ଦନା କରିବା ସହ ଫୁଲ, ଚନ୍ଦନ, ପୁଷ୍ପଗୁଛ, ଉତ୍ତରୀୟ ଦେଇ ପୂଜା କରି ଆଶିଷ ଗ୍ରହଣ କରିଥିଲେ । ଉପସ୍ଥିତ ଗୁରୁମାନେ ବହୁ ପ୍ରାଚୀନ କାଳରୁ ଗୁରୁଶିଷ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ । ଦୁର୍ଗା ପ୍ରସାଦ ସାହୁ ଓ କୃଷ୍ଣ ଚନ୍ଦ୍ର୍ର ସାହୁ ମଂଚ ପରିଚାଳନା କରିଥିବା ବେଳେ ଅନ୍ୟମାନେ ଏଥିରେ ସହ ଯୋଗ କରିଥିଲେ ।

jittmm
Leave A Reply

Your email address will not be published.