oom

ବିଧାୟକଙ୍କୁ ଭେଟି ୪ ଦଫା ଦାବୀ ଜଣାଇଲେ ଓଡିଶା ପାଇପ୍‌ ଜଳ କର୍ମଚାରୀ ସଂଘ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାର ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ଦୈନିକ ମଜୁରୀ ଘୋଷଣା କରିଥିବା ବେଳେ ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ କାର୍ଯ୍ୟରତ ପମ୍ପ ଚାଳକ ଯଥା ଏସଇଏମ କର୍ମଚାରୀମାନେ ଦୈନିକ ମାତ୍ର ୭୬ ଟଙ୍କା ପାଉଣା ପାଉଛନ୍ତି । ଏହାବିରୁଦ୍ଧରେ ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘ ବାରମ୍ବାର ସ୍ୱର ଉତ୍ତୋଳନ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ଏସବୁ ସମସ୍ୟାକୁ ନେଇ ଆଜି ସଂଘ ତରଫରୁ ଏକ ପ୍ରତିନିଧି ଦଳ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କୁ ଦେଖାକରି ସମସ୍ୟା ଉପରେ ଆଲୋଚନା କରିବା ସହ ୪ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି । ସୂଚନାରୁ ପ୍ରକାଶ ଯେ ପାଇପ ଜଳ କର୍ମଚାରୀ ୨୦୦୧ରୁ ୨୦୨୧ ପର୍ଯ୍ୟନ୍ତ ୨୧ ବର୍ଷ କାଳ ମାସିକ ମାତ୍ର ୫୦୦ ଟଙ୍କା ପାଉଣା ପାଉଥିଲେ । ଯାହା ଏବେ ବର୍ଦ୍ଧିତ ହୋଇ ୨୦୦୦ ଟଙ୍କାରେ ପହଞ୍ଚିଛି । ପାଇପ କର୍ମଚାରୀଙ୍କ ଦିନ ପିଛା ମଜୁରୀ ହିସାବ କଲେ ମାତ୍ର ୭୬ ଟଙ୍କା ବେତନ ହେଉଥିବା ବେଳେ ଘର ପରିବାର ଚଳାଇବା ପାଇଁ ଏହା କୌଣସି ମତେ ଯଥେଷ୍ଟ ନୁହଁ । ତେଣୁ ଏସଇଏମ୍‌ କର୍ମଚାରୀଙ୍କୁ ଉଚ୍ଚ କୁଶଳି କର୍ମଚାରୀ ଭାବରେ ଦରମା ପ୍ରଦାନ, ସେମାନଙ୍କୁ ସରକାରୀ ଚାକିରି ମାନ୍ୟତା ଦିଆଯିବା ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ, କର୍ମଚାରୀଙ୍କ ମୃତ୍ୟୁବରଣ ପରେ ପରିବାରର ଜଣଙ୍କୁ ନିଯୁକ୍ତି ପ୍ରଦାନ ତଥା ଏସଇଏମ୍‌ ପଦକୁ ଉଚ୍ଛେଦ କରି ସେମାନଙ୍କୁ ଗ୍ରାମ୍ୟ ଜଳ ଯୋଗାଣ କର୍ମଚାରୀ ଭାବେ ମାନ୍ୟତା ପ୍ରଦାନ କରାଯିବା ନେଇ ସଂଘ ୪ ଦଫା ଦାବୀ କରିଛି । ଆଜିର ଏହି ଦାବୀ ପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଯତେନ୍ଦ୍ର କୁମାର ନାଏକ, ରମେଶ ନାଏକ, ଧବଳେଶ୍ୱର ସାହୁ, ଗିରିଧାରି କୁଦେଇ, ଶ୍ରୀବତ୍ସ କୁଦେଇ, ଜୟଦେବ ନାଗ, ବୁଲବୁଲ ପ୍ରଧାନ, ସମ୍ପତି ବାଗ, ସତ୍ୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.