csstore

ଶ୍ରୀଜଗନ୍ନାଥ ମନ୍ଦିରର ନୂତନ ମାର୍କେଟ କମ୍ପ୍ଲେକ୍ସ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନର ବସଷ୍ଟାଣ୍ଡ ନିକଟ ଆଦର୍ଶ ପୁଷ୍କରିଣୀ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରର ଜାଗା ଉପରେ ଏକ ନୂତନ ବଜାର ଗୃହ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ ଡଃ.ଶୁଭଙ୍କର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ପୂଜାର୍ଚନା କରାଯାଇ ଶୁଭାରମ୍ଭ କରାଯାଇଥିଲା । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବାଲିଗୁଡ଼ା ଏନଏସିର ପୂର୍ବତନ ଅଧ୍ୟକ୍ଷ ଲୋକ ନାଥ ପାଢ଼ୀ, ବାଲିଗୁଡ଼ା ବ୍ଲକ୍ ସାଂସଦ ପ୍ରତିନିଧି ତଥା ବ୍ଲକ୍ ବିଜେଡି ସଭାପତି ଟୁନା ଦାସ, ମନ୍ଦିର ପରିଚାଳନା କମିଟିର ମଧୁସୂଦନ ଦାଶଙ୍କ ସମେତ ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.