ହଠାତ୍ କୂଅରୁ ବାହାରିଲା ଗରମ ପାଣି : ତଦନ୍ତ ପାଇଁ ନମୁନା ପଠାଇଲା ପ୍ରଶାସନ

ବୁଲଢ଼ାଣା : ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ଏକ କୂଅରୁ ଗରମ ପାଣି ବାହାରିବା ଘଟଣା ସାମ୍ନାକୁ ଆସିଛି । ସେବେଠାରୁ କୂଅ ଏବଂ ଏହାର ମାଲିକ ଏକ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଲୋକମାନେ କୂଅର ପାଣି ବାହାର କରି ନିଜ ହାତରେ ଛୁଇଁବା ପାଇଁ ଭିଡ଼ ଜମାଉଥିବା ଲକ୍ଷ୍ୟ କରାଯାଉଛି ।

ବୁଲଢ଼ାଣା ଜିଲ୍ଲାର ସାଙ୍ଗରାମପୁର ତହସିଲର ଆକୋଲି ନାମକ ଏକ ଗାଁରେ ରହୁଥିବା ଭାନୁଦାସ ସାଲୁଙ୍କିଙ୍କ ଘରେ ୪୦ ଫୁଟ ଗଭୀର ଏକ କୂଅ ଅଛି, ଯାହା ସେ ୧୪-୧୫ ବର୍ଷ ପୂର୍ବେ ନିର୍ମାଣ କରିଥିଲେ । ୧୪ ଜୁଲାଇରେ ଯେତେବେଳେ ଭାନୁଦାସ ତାଙ୍କ କୂଅରୁ ପାଣି ବାହାର କଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । କୂଅର ଜଳ ବେଶ୍‌ ଗରମ ଥିଲା । ସେ ପୁନର୍ବାର କୂଅରୁ ପାଣି ବାହାର କରି ଏହାକୁ ଛୁଇଁଲେ ଏବଂ ଦେଖିଲେ ଯେ ଏହା ମଧ୍ୟ ଗରମ ଅଟେ । ଏହା ପରେ ସେ ଭୟଭୀତ ହୋଇ ବାଲ୍ଟି ଛାଡି ଦଉଡି ପଳାଇ ଯାଇଥିଲେ ।

Leave A Reply

Your email address will not be published.