csstore

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ. ୭ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗ୍ରା.ପ.ରୁ ଜଣେ, ବେଲପଡା ବ୍ଲକ ପାର୍ଲିମାଲ ଗ୍ରା.ପ.ରୁ ଜଣେ, ଗୁଡଭେଲା ବ୍ଲକ ବିରମୁଣ୍ଡା ଗ୍ରା.ପ.ରୁ ଜଣେ, ପୁଇଁନ୍ତଲା ବ୍ଲକ ମହିମୁଣ୍ଡା ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଲକ ଝିଙ୍କିଡୁଙ୍ଗୁରୀ ଗ୍ରା.ପ., ଆମପାଲି ଗ୍ରା.ପ. ଏବଂ ବଡମାଲ ଗ୍ରା.ପ.ରୁ ଜଣେ ଲେଖାଏଁ, କରମ୍‌ତଲା ଗ୍ରା.ପ. ଏବଂ ଡୁଙ୍ଗୁରିପାଲି ଗ୍ରା.ପ.ରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ତୁରେକେଲା ବ୍ଲକ ଚାଉଲସୁଖା ଗ୍ରା.ପ.ରୁ ଜଣେ କରୋନା ଆକ୍ରାନ୍ତ ସଂକ୍ରମିତ ହୋଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.