csstore

ବଲାଙ୍ଗିର ଜିଲ୍ଲାର ଟପ୍ପର ହୋଇଥିବା ଛାତ୍ର ଚିନ୍ମୟ ସାହୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ଅଙ୍କିତ ସାହୁଙ୍କ ଉପସ୍ଥିତିରେ ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ଅଜିତ ମହାନନ୍ଦଙ୍କ ନେତୃତ୍ୱରେ ଦଶମ ଶ୍ରେଣୀ ପରୀକ୍ଷାରେ ବଲାଙ୍ଗିର ଜିଲ୍ଲାର ଟପ୍ପର ହୋଇଥିବା ଛାତ୍ର ଚିନ୍ମୟ ସାହୁଙ୍କୁ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆଗାମୀ ଭବିଷ୍ୟତ ଉଜ୍ୱଳମୟ ହେଉ ତାହା ଭଗବାନଙ୍କ ନିକଟରେ ପ୍ରର୍ଥନା କରାଯାଇଥିଲା । ଏଥିରେ ମୁଖ୍ୟତଃ ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ସଞ୍ଜୟ ମିଶ୍ର ଛାତ୍ର ନେତା ସୁଜିତ କୁମ୍ଭାର, ନିରଞ୍ଜନ ମିଶ୍ର, ଅଞ୍ଚଳ ପଣ୍ଡା, ଅମୀୟ ବଗର୍ତ୍ତି ଓ ଗୌରବ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.