csstore

ଖଦ୍ୟୋତ ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ଖଦ୍ୟୋତ ଅନୁଷ୍ଠାନ ତରଫରୁ ଆଟଗାଁ ପଞ୍ଚାୟତ ବିଭିନ୍ନ ଗ୍ରାମାଞ୍ଚଳରେ ବୃକ୍ଷ ରୋପଣ କରାଯାଇଛି । ଅନୁଷ୍ଠାନ ତରଫରୁ ନିମ୍ବ, ଅଁଳା, ଜାମୁକୋଳି, ଆମ୍ବ, ପଣସ ଆଦି ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖଦ୍ୟୋତ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ଉପସଭାପତି ଆକୁଳ ବେହେରା, ରେଡକ୍ରସ ସାଧନା କର୍ମୀ ରବି ଚନ୍ଦ୍ର ପଶାୟତ, ପ୍ରକୃତି ବନ୍ଧୁ ଭକ୍ତବନ୍ଧୁ ନାଏକ, ରାମ ନାରାୟଣ ଦାଶ, ଉମାକାନ୍ତ ନାଥ, ନିଳମଣି ବିଶ୍ୱାଲ, ଜୟରାମ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.