oom

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ ଦେଓଗାଁ ବିଜେପି ପକ୍ଷରୁ ବ୍ଳକ ଘେରାଉ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ବଲାଙ୍ଗିର ଜିଳ୍ଲା ବିଜେପି ସାଧାରଣ ସଂପାଦକ ତଥା ଏମପି ନମୁନି ଦେଓଗାଁ ବ୍ଳକ, ଅମିତ ସିଂନିନାଙ୍କ ନେତୃତ୍ୟରେ ଦେଓଗାଁ ବ୍ଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଦେଓଗାଁ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବୀପତ୍ର ଦିଆଯାଇଥିଲା । ଚନ୍ଦ୍ରପୁର ଖେଳ ପଡ଼ିଆରୁ ଏକ ପଟୁଆରରେ ଶତାଧିକ ବିଜେପି କର୍ମ ବେନର, ପ୍ଲାକାର୍ଡ଼ ଧରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇ ବ୍ଳକ ପରିସରକୁ ଆସି ଦାବୀପତ୍ର ପ୍ରଦାନ କରିଥିବା ବେଳେ ଶ୍ରୀ ସିଂନିନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିକ୍ଷୋଭ ସଭାରେ କେନ୍ଦ୍ର ସରକାର ରାଜ୍ୟର ଗରିବ ପରିବାର ପାଇଁ ଛାତ ଘର ଯୋଗାଇ ଦେଇଥିବା ବେଳେ ଓଡିଶାରେ ଶାସନ କରୁଥିବା ଶାସକ ଦଳର କର୍ମୀମାନେ ନିଜ ଓ ସମ୍ପର୍କୀୟଙ୍କ ନାମରେ ବେଆଇନ ଭାବେ ଘର କରୁଥିବା ଅଭିଯୋଗ ହେଉଛି । ଏପରି କି ମୁଣ୍ଡ ପାତିବା ପାଇଁ ଦିଆଯାଉଥିବା ଘରର ଟଙ୍କାରେ ଉପର ମହଳା କରୁଛନ୍ତି । ଏହାକୁ ରାଜ୍ୟ ସରକାର ଓ ବ୍ଳକ ପ୍ରଶାସନ ମନା କରିବା ପରିବର୍ତ୍ତେ ଉତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହି ବେଆଇନ କାମକୁ ବନ୍ଦ ନ କଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକ ୧୨ ନମ୍ବର ଜୋନ ସଭାପତି ବାସୁଦେବ ସିଂନିନା, ୧୩ ନମ୍ବର ସଭାପତି ଗଣେଶ ବାଗ, ଗତ ସାଦାରଣ ନିର୍ବାଚନରେ ବଲାଙ୍ଗିର ବିଜେପି ବିଧାୟକ ଭାବେ ପ୍ରାର୍ଥୀ ହୋଇଥିବା ଅନନ୍ତ ଦାଶ, ଭୋଳାନାଥ ସାହୁ, ପିଙ୍କୁ ଷାଣ୍ଢ, ଶୁକଦେବ ବାଗ, ଶଶୀ ପାଣିଗ୍ରାହୀ, ସୁରେଶ ଭୋଇ, ସୂର୍ଯ୍ୟ ମେହେର, ରାଧେଶ୍ୟାମ ରାଉତ, ରାଜ ମେହେର, ପିତବାସ ଭୋଇ, ପ୍ରେମରାଜ ପଧାନ, ଭୂବନ ଭୋଇ ସହ ଦେଓଗାଁ ବ୍ଳକର ୨୬ଟି ପଞ୍ଚାୟତର ବିଭିନ୍ନ ଗାଁରୁ ଶତାଧିକ ବିଜେପି କର୍ମୀ ଯୋଗଦେଇ ପ୍ରତିବାଦ କରିଥିଲେ ।

jittmm
Leave A Reply

Your email address will not be published.