ବଇଦପାଲିରେ ଶିବ ଲିଙ୍ଗ ପ୍ରାଣ ପ୍ରତିଷ୍ଠା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ଅନ୍ତର୍ଗତ ବଇଦପାଲି ବଟୁଆରି ବନ୍ଦ ବରଗଛ ମୂଳେ ଶିବ ଲିଙ୍ଗ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସନ୍ତୋଷ ଛତର ଓ ତାଙ୍କ ଧର୍ମପତ୍ନୀ ବିନୋଦିନୀ ଛତର ମୁଖ୍ୟ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିବା ବେଳେ ପୂଜକ ପଣ୍ଡିତ ମନୋଜ କୁମାର ପୁରୋହିତ ପୂଜାର୍ଚ୍ଚନା କରିଥିଲେ । କଲଶ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଆଖପାଖ ଅଞ୍ଚଳରୁ ଭକ୍ତ ମାନଙ୍କ ଭିଡ଼ ପରିଲକ୍ଷିତ । କୋଭିଡ କଟକଣା ନିୟମ ଅନୁସାରେ ସାମାଜିକ ଦୁରତା ରକ୍ଷା କରାଯାଇଥିଲା । ଏଥିରେ ଦେବାର ଛତର ତାଙ୍କ ଧର୍ମପତ୍ନୀ ଯାନୀ ଛତର ମୁଖ୍ୟ ସହଯୋଗ କରିଥିବା ବେଳେ ବଇଦପାଲି ଗ୍ରାମବାସୀମାନେ ସହଯୋଗ କରିଥିଲେ । ସମସ୍ତ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.