ତୁଷୁରା ଡାକ୍ତରଖାନା ଉନ୍ନତି ପ୍ରସଙ୍ଗ : ପୁଣି ମନ୍ତ୍ରୀ ଟୁକୁନି ସାହୁଙ୍କୁ କଳା ପତାକା ପ୍ରଦର୍ଶନ, ୪ ଅଟକ

ତୁଷୁରା, (ମନୀଷ କୁମାର ସାହୁ) : ତୁଷୁରା ସହର ଠାରେ ଆଜି ମନ୍ତ୍ରୀ ଟୁକୁନି ସାହୁଙ୍କ ଗସ୍ତକୁ ବିରୋଧ କରି କଳା ପତାକା ପ୍ରଦର୍ଶନ କରାଯାଇଛି । ତୁଷୁରା ହସପିଟାଲ ଉନ୍ନତି ଦାବୀ ନେଇ ୟୁଥ ଏକ୍ସନ କିମିଟି ପକ୍ଷରୁ ରାଜନେତାଙ୍କୁ ତୁଷୁରା ପ୍ରବେଶ ନିଷେଧ କରାଯାଇଥିଲା । କିନ୍ତୁ ମନ୍ତ୍ରୀ ଟୁକୁନୀ ସାହୁ ନ ମାନି ତୁଷୁରାକୁ ପ୍ରବେଶ କରିଥିଲେ ସେ ସମୟରେ ପୁଲିସ ଉପସ୍ଥିତିରେ ଆସୁଥିବା ବେଳେ ୟୁଥ ଏକ୍ସନ କମିଟି କଳା ପତାକା ଦେଖାଇ ବିରୋଧ କରିଥିଲେ । ସୂଚନା ମୁତାବକ କିଛି ଦିନ ପୂର୍ବରୁ ମଧ୍ୟ ମନ୍ତ୍ରୀ ଟୁକୁନୀ ତୁଷୁରା ଆସିଥିବା ବେଳେ ଉକ୍ତ କମିଟି ପକ୍ଷରୁ କଳା ପତାକା ଦେଖାଇ ବିରୋଧ କରାଯାଇଥିଲା ଏବଂ ବିଭିନ୍ନ ସ୍ଲୋଗାନ ଦେଇ ନାରାବାଜି କରିଥିଲେ । ତେବେ ଏପର୍ଯ୍ୟନ୍ତ ୪ ଜଣକୁ ତୁଷୁରା ଥାନାରେ ଅଟକ ରଖାଯାଇଛି ।

Leave A Reply

Your email address will not be published.