oom

ରବି ଧାନ କିଣିବାରେ ସରକାର ବିଫଳ : ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା କିଷାନ କଂଗ୍ରେସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାରଙ୍କ ଜୁନ ୩୦ ସୁଦ୍ଧା ଚାଷୀଙ୍କ ସମସ୍ତ ଧାନ କିଣି ନେବା ପ୍ରତିଶୃତି ଫେଲ ମାରିଛି । ସରକାରୀ ପ୍ରତିଶୃତି ପରେ ମଧ୍ୟ ଅନେକ ଚାଷୀଙ୍କ ଧାନ ମଣ୍ଡିରେ ପଡି ଖରା ବର୍ଷା ଖାଉଛି ବୋଲି କିଷାନ କଂଗ୍ରେସ କହିବା ସହ ୫ ଦଫା ଦାବୀ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଛି । ଜିଲ୍ଲା ଯୋଗାଣ ଅଧିକାରୀ ସମସ୍ତ ଦାବୀକୁ ସରକାରଙ୍କ ପାଖକୁ ପଠାଯିବା ସହ ବଳକା ଧାନ ତୁରନ୍ତ କିଣିବା ନେଇ ବୁଝା ସୁଝା କରିବା ପରେ କିଷାନ କଂଗ୍ରେସ ଆନ୍ଦୋଳନରୁ ଓହରିଛି । କିଷାନ କଂଗ୍ରେସ ଚାଷୀଙ୍କ ସମସ୍ୟାକୁ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିବା ସହ ଜୁନ ୨୮ ସୁଦ୍ଧା ଧାନ କିଣା ନହେଲେ ୨୯ରେ ଆନ୍ଦୋଳନର ଚେତାବନୀ ଦେଇଥିଲା । କିନ୍ତୁ ୨୮ ତାରିଖରେ ଜିଲ୍ଲା ଯୋଗାଣ ଅଧିକାରୀ ସମସ୍ତ ବକେୟା ଧାନ କିଣିବା ପାଇଁ କିଷାନ କଂଗ୍ରେସକୁ ୨ଦିନ ସମସୟ ମାଗିବା ସହ ଏହି ଦୁଇ ଦିନ ଭିତରେ ସମସ୍ତ ଧାନ କିଣି ନେବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ । କିଷାନ କଂଗ୍ରେସ ଅନୁରୋଧ ମୁତାବକ ଦୁଇ ଦିନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିବା ସହ ଧାନ କିଣା ନହେଲେ ପୁଣି ଅନ୍ଦୋଳନର ଧମକ ଦେଇଥିଲା । ତେବେ ଆଜି ସୁଦ୍ଧା ଅନେକ ଚାଷୀଙ୍କ ଧାନ କିଣା ବାକି ରହିଥିବା ବେଳେ ଧାନ କିଣାକୁ ନେଇ ଉଭୟ ସରକାର ଓ ବିଭାଗୀୟ ପ୍ରତିଶୃତି ଫେଲ ମାରିଛି ବୋଲି କିଷାନ କଂଗ୍ରେସ କହିବା ସହ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟଳୟ ଘେରିଥିଲା । ଏହା ସହ ସମସ୍ତ ଚାଷୀଙ୍କ ଠାରୁ ବଳକା ଧାନ କିଣିବା, ସମସ୍ତ ଲାପ୍ସ ଟୋକନ ପୁନଃ କାର୍ଯ୍ୟକ୍ଷମ କରିବା, ରବି ଧାନ କିଣା ସମସୟ ସୀମା ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା, ରାଜ୍ୟ ସରକାର ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୫୦୦ ଟଙ୍କା ବୋନସ ପ୍ରଦାନ କରନ୍ତୁ ଓ କେନ୍ଦ୍ର ସରକାର ଧାନ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରନ୍ତୁ ବୋଲି କିଷାନ କଂଗ୍ରେସ ଦାବୀ କରିଛି । ଆଜିର ଏହି ଆନ୍ଦୋଳନରେ କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ଚାଷୀନେତା ଜସକେତନ ମିଶ୍ର, ସରୋଜ ରଥ, ପପୁ ପାତ୍ର, ଲଳିତ ପଟେଲ, ଯୁଗେଶ୍ୱର ପଟେଲ, ଭରତ ଭୋଇ, ଗୋପବନ୍ଧୁ ମେହେର, ଲିଙ୍ଗ ଭୋଇ ସମେତ କଂଗ୍ରେସର ବିଭିନ୍ନ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.