ବଜ୍ରପାତରେ ଦୁଇ ମହିଳା ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବଜ୍ରପାତରେ ଦୁଇ ମହିଳା ଗୁରୁତର ଆହତ ହୋଇଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ନିମପଦର ଗ୍ରାମରେ ନିଜ ନିଜ ଘର ମଝି ବାରଣ୍ଡାରେ ବସିଥିବା ବେଳେ ବଜ୍ର ପାତ ଘଟିଥିଲା ଯାହା ଫଳରେ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି । ପରେ ଗ୍ରାମବାସୀଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସରେ ଉଭୟଙ୍କୁ ବେଲଗୁଣ୍ଠା ମେଡିକାଲକୁ ପଠାଇ ଦିଆଯାଇଛି । ସେମାନେ ହେଲେ ନାବାଳିକା ନିଶା ଗୌଡ଼(୧୦) ଓ ପଡୋଶୀ ସଂଜୁ ଗୌଡ଼(୩୦) ।

Leave A Reply

Your email address will not be published.