ପୂର୍ବ ବିଧାୟକଙ୍କ ଯଜ୍ଞଶ୍ୱର ବାବୁଙ୍କ କ୍ଷେତରେ ଭୟାବହ ଅଗ୍ନିକାଣ୍ଡ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲାର ପୂର୍ବ ବିଧାୟକ ଯଜ୍ଞଶ୍ୱର ବାବୁଙ୍କ କ୍ଷେତରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଦେଓଗାଁ ବ୍ଲକ୍‌ କୁତୁର୍ଲା ଗାଁରେ ଥିବା ତାଙ୍କ କ୍ଷେତରେ ନିଆଁ ଲାଗିଯିବାରୁ ବ୍ୟାପକ କୃଷି ସାମଗ୍ରୀ ନଷ୍ଟ ହୋଇଥିବା ଖବର ମଳିଛି । ରବିବାର ବିଳମ୍ବିତ ରାତିରେ ଶ୍ରୀ ବାବୁଙ୍କ କ୍ଷେତରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ସେଠାରେ ଛତୁଚାଷ ପାଇଁ ଥିବା ୧୦ ହଜାର ବିଡ଼ା ନଡ଼ା, ତିନୋଟି ପାଳଗଦା, କୃଷି ଯନ୍ତ୍ରପାତି, ପାଣିପମ୍ପ ପୋଡ଼ି ଯାଇଥିବା ସୂଚନା ମିଳିଛି । ଖବର ପାଇବା ପରେ ଦେଓଗାଁ ଅଗ୍ନିଶମ ବାହିନୀ ୬ଘଣ୍ଟା ପରେ ନିଆଁକୁ ଆୟତ୍ତ କରିପାରିଥିଲେ ।

Leave A Reply

Your email address will not be published.