jayashree

ମୁକେଶଙ୍କ ଜନ୍ମଦିନରେ ସପରିବାର ଗବେଷଣା ପାଇଁ ଅଙ୍ଗଦାନ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ରାଇସଲ ପଦର ଗ୍ରାମର ଜଣେ ସଚେତନ ନାଗରିକ ହୋଇ ଦେଶ ପ୍ରତି ନିଜର କର୍ତ୍ତବ୍ୟ ଭାବି ମୁକେଶ କୁମାର ସାହୁ(୨୭) ଜନ୍ମ ଦିନରେ ବାପା ପ୍ରେମାନନ୍ଦ ସାହୁ(୫୮) ଓ ମା’ ପଦ୍ମିନୀ ସାହୁ(୫୫)ଙ୍କ ସହ ସପରିବାର ଅଙ୍ଗଦାନ କରି ଅନେକ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଏକ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ମୃତ୍ୟୁ ପରେ ସେ ଗବେଷଣା ପାଇଁ ବୁର୍ଲା ଡାକ୍ତରଖାନାକୁ ନିଜ ମୃତ ଶରୀରକୁ ଦାନ କରିବାକୁ ଚୁକ୍ତିନାମା ପଠାଇଛନ୍ତି । ମୁକେଶ କୁମାର ସାହୁ ନିଜର ବିଚାର କରି କହିଛନ୍ତି କି ‘ମରିବା ପରେ ଯଦି ପୋତି ଦିଆଯାଏ ଶରୀର କ୍ଷୟ ହୋଇଯିବ । ଯଦି ଶରୀରକୁ ନିଆଁରେ ପୋଡ଼ି ଦେଲେ ତେବେ ଶରୀର ପାଉଁଶ ହୋଇଯିବ, କିନ୍ତୁ ଯଦି ଶରୀର ଦାନ କରାଯାଏ ତେବେ ଅନେକଙ୍କୁ ଜୀବନ ଏବଂ ସୁଖ ଦେବ’ । ମୁକେଶ କୁମାର ସାହୁ ଜଣେ ସଚେତନ ନାଗରିକ ହୋଇ ଲୋକଙ୍କ ସୁଖଦୁଃଖର ସାଥି ହୋଇ ଗାଇସିଲାଟ ଅଞ୍ଚଳରେ ବେଶ ପରିଚିତ । ଭାରତରେ ପ୍ରତିରୋପଣ ପାଇଁ ଅଙ୍ଗର ତୀବ୍ର ଅଭାବ ସହିତ ଭାରତ ସଂଘର୍ଷ କରୁଛି । ଏହା ଅନୁମାନ କରାଯାଏ ଯେ, ଏକ ଲକ୍ଷରୁ ଅଧିକ ଲୋକ ଶେଷ ପର୍ୟ୍ୟାୟ ଅଙ୍ଗ ବିଫଳତା ସହିତ ପୀଡ଼ିତ, କିନ୍ତୁ ପ୍ରତିବର୍ଷ କେବଳ ଅଳ୍ପ ସଂଖ୍ୟକ ୩.୫୦୦ ଟ୍ରାନ୍ସପ୍ଲାଣ୍ଟ କରାଯାଏ । ପ୍ରତ୍ୟେକ ଦିନ ଅତିକମରେ ୧୫ ରୋଗୀ ଅଙ୍ଗକୁ ଅପେକ୍ଷା କରି ମୃତ୍ୟୁବରଣ କରନ୍ତି । ସାହୁ ପରିବାରର ଏଭଳି ନିଷ୍ପତ୍ତିକୁ ଅଞ୍ଚଳରେ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.